ନୂଆଦିଲ୍ଲୀ : ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ଼ (ଆରଆରବି) ଦ୍ବାରା ୧୪-୧୫ ଜାନୁଆରି ୨୦୨୨ରେ ଜାରି ଅଣପ୍ରଯୁକ୍ତି ଲୋକପ୍ରିୟ ଶ୍ରେଣୀ (ଏନଟିପିସି)କୁ କେନ୍ଦ୍ରୀକୃତ ରୋଜଗାର ଅଧିସୂଚନା ସିଇଏନ୍ ୦୧/୨୦୧୯ର ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି)ର ପରିଣାମ ସମ୍ବନ୍ଧରେ ପ୍ରାର୍ଥୀମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗକୁ ପରୀକ୍ଷା କରି ଦେଖିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଗଠନ କରାଯାଇଛି।
ଏହି କମିଟି ପ୍ରାର୍ଥୀମାନଙ୍କ ଦ୍ବାରା ଉଠା ଯାଇଥିବା ନିମ୍ନଲିଖିତ ସମସ୍ୟା ଉପରେ ବିଚାର କରିବ ଓ ଏହାର ସୁପାରିଶ୍ ପ୍ରଦାନ କରିବ :
୧. ସିଇଏନ ୦୧/୨୦୧୯ (ଏନଟିପିସି) ର ପ୍ରଥମ ଚରଣ ସିବିଟିର ପରିଣାମ ଏବଂ ସର୍ଟଲିଷ୍ଟ କରାଯାଇଥିବା ପ୍ରଚଳିତ ପ୍ରାର୍ଥୀମାନଙ୍କୁ ପ୍ରଭାବିତ ନକରି ଦ୍ବିତୀୟ ଚରଣ ସିବିଟି ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଉପଯୋଗ କରାଯାଉଥିବା କାର୍ଯ୍ୟପ୍ରଣାଳୀ
୨. ସିଇଏନ୍ ଆରଆରସି ୦୧/୨୦୧୯ରେ ଦ୍ବିତୀୟ ପର୍ଯ୍ୟାୟର ସିବିଟିର ଆରମ୍ଭ
ପ୍ରାର୍ଥୀମାନେ ନିଜର ସମସ୍ୟା ଓ ପରାମର୍ଶକୁ ନିମ୍ନଲିଖିତ ଇମେଲ୍ ଆଇଡିରେ କମିଟିକୁ ପଠାଇ ପାରିବେ: [email protected]
ବିଭିନ୍ନ ଆରଆରବିର ସମସ୍ତ ଅଧ୍ୟକ୍ଷଙ୍କୁ ମଧ୍ୟ ନିଜର ଉପଲବ୍ଧ ଚ୍ୟାନେଲ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅଭିଯୋଗକୁ ପ୍ରାପ୍ତ କରିବା, ଏହି ଅଭିଯୋଗକୁ ସଙ୍କଳିତ କରିବା ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାର୍ଥୀମାନଙ୍କୁ ନିଜର ଅଭିଯୋଗ ପ୍ରସ୍ତୁତ କରିବା ପାଇଁ ୧୬.୦୨.୨୦୨୨ ପର୍ଯ୍ୟନ୍ତ ତିନି ସପ୍ତାହର ସମୟ ଦିଆଯାଇଛି ଏବଂ ସମିତି ଏହି ଅଭିଯୋଗକୁ ଯାଞ୍ଚ କରିବା ପରେ ୦୪.୦୩.୨୦୨୨ ସୁଦ୍ଧା ଏହାର ସୁପାରିଶ୍ ପ୍ରସ୍ତୁତ କରିବ।
ଉପରୋକ୍ତ ବିଷୟକୁ ଧ୍ୟାନରେ ରଖି ୧୫ ଫେବ୍ରୁଆରି ୨୦୨୨ରୁ ଆରମ୍ଭ ହେଉଥିବା ସିଇଏନ୍ ୦୧/୨୦୧୯ (ଏନଟିପିସି) ର ଦ୍ବିତୀୟ ଚରଣ ସିବିଟି ଏବଂ ୨୩ ଫେବ୍ରୁଆରିରୁ ଆରମ୍ଭ ହେଉଥିବା ସିଇଏନ୍ ଆରଆରସି ୦୧/୨୦୧୯ ର ପ୍ରଥମ ଚରଣର ସିବିଟିକୁ ସ୍ଥଗିତ କରି ଦିଆଯାଇଛି।
ରେଲୱେ ଏନଟିପିସି ସିବିଟି-୧ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ସମସ୍ୟାକୁ ବିଚାର କରିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ
ପ୍ରାର୍ଥୀମାନେ ୧୬ ଫେବ୍ରୁଆରି ପର୍ଯ୍ୟନ୍ତ ନିଜର ଅଭିଯୋଗ କମିଟି ସମ୍ମୁଖରେ ରଖିପାରିବେ
/sambad/media/post_attachments/wp-content/uploads/2022/01/vaishnaw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)