ଦିଲ୍ଲୀର ନିଜାମୁଦ୍ଦିନ ମର୍କାଜ୍ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ମୁସଲିମ ସଂଗଠନ

ନୂଆଦିଲ୍ଲୀ : ତବଲିଗି ଜମାତ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି । ଏଥି ପାଇଁ ସାରା ମୁସଲିମ ସମାଜକୁ ଦୋଷ ଦିଆଯାଉଛି ବୋଲି ମୁସଲିମ ସଂଗଠନ ଜମିଆତ-ଉଲମା-ଇ-ହିନ୍ଦ ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛି ।
ନିଜ ପିଟିସନରେ ଜମିଆତ ତବଲିଗି ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି ବୋଲି ଅଭିଯୋଗ କରିବା ସହ ଏହା ସମ୍ବିଧାନର ଧାରା ୨୧ର ଉଲ୍ଲ^ନ ବୋଲି କହିଛି ।

ଦେଶରେ ବିଭିନ୍ନ ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣ ସହ ତବଲିଗି ଜମାତର ସଂପୃକ୍ତି ରହିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ମୋଟ ୧୧୫୬ଟି ସଂକ୍ରମଣ ମାମଲା ମଧ୍ୟରୁ ୭୪୬ଟି ମାମଲା ତବଲିଗି ସହ ସଂପର୍କିତ । ସେହିପରି ତାମିଲନାଡ଼ୁରେ ଦ୍ରୁତ ଗତିରେ ବଢିଚାଲିଥିବା ସଂକ୍ରମଣ ମାମଲା ମଧ୍ୟରୁ ଏକ ବଡ଼ଭାଗ ତବଲିଗି ଜମାତ ସହ ସମ୍ପର୍କିତ ।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତର ଧାର୍ମିକ ସମ୍ମିଳନୀରେ ଦେଶ ବିଦେଶରୁ ଆସିଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏଥିରେ ଚୀନ,ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶର ଲୋକମଧ୍ୟ ଥିଲେ । ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପୂର୍ବରୁ ଅଧିକାଂଶ ଲୋକ ମର୍କାଜ୍ ଛାଡ଼ିଦେଇଥିଲେ ମଧ୍ୟରୁ ଆହୁରି ପ୍ରାୟ ୧୫ ଶହ ଲୋକ ସେଠାରେ ରହିଥିଲେ ।

ସମ୍ବନ୍ଧିତ ଖବର