ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ଫ୍ରେଞ୍ଚ୍ ଗିଆନାସ୍ଥିତ ଏରିଏନ୍ସ୍ପେସ୍ ରକେଟ୍ ଠାରେ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି।
ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ଉପକୂଳସ୍ଥିତ ଫରାସୀ ଅଞ୍ଚଳ କୌରୌଉସ୍ଥିତ ଏରିଏନ୍ ଉତ୍କ୍ଷେପଣ ପରିଧିରୁ ରାତି ୨: ୩୧ ମିନିଟ୍ରେ ଉତ୍କ୍ଷେପିତ ହୋଇଛି। ୪୨ ମିନିଟର ଏକ ତ୍ରୁଟିହିନ ଉଡ଼ାଣ ପରେ ଏରିଏନ୍-ଫାଇଭ୍ ଯାନ ଜିସାଟ୍-୩୧କୁ କକ୍ଷପଥରେ ଅବସ୍ଥାପିତ କରିଥିଲା।
ଉତ୍କ୍ଷେପଣ ପରେ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ନିର୍ଦେଶକ ଏସ୍ ପାଣ୍ଡିଆନ୍ କହିଲେ: ଏରିଏନ୍-ଫାଇଭ୍ ଦ୍ୱାରା ଜିସାଟ୍-୩୧ ସଫଳ ଭାବେ ଉତ୍କ୍ଷେପିତ ହୋଇଥିବାରୁ ମୁଁ ଆନନ୍ଦିତ। ୨୦୧୯ରେ ଏଇଟା ଇସ୍ରୋର ୩ୟ ଅଭିଯାନ। କୃତ୍ରିମ ଉପଗ୍ରହର ସଫଳ ଉତ୍କ୍ଷେପଣ ଓ କକ୍ଷପଥରେ ସଂକ୍ଷିପ୍ତ ସ୍ଥାପନା ଲାଗି ଏରିଏନ୍ସ୍ପେସ୍କୁ ଅଭିନନ୍ଦନ।
୨, ୫୩୫ କିଲୋ ଓଜନବିଶିଷ୍ଟ ଜିସାଟ୍-୨୧ କକ୍ଷପଥରେ ଘୂରିବୁଲୁଥିବା କେତେକ କୃତ୍ରିମ ଉପଗ୍ରହର ସେବାଯୋଗାଣରେ ନିୟମିତା ବଜାୟ ରଖିବାରେ ସହାୟକ ହେବ। ଏହା ହେଉଛି ଦେଶର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ। ଏହାର ପରମାୟୁ ୧୫ ବର୍ଷ ଏବଂ ଏହା ଭିସାଟ୍ ନେଟ୍ଓ୍ଵାର୍କ, ଟେଲିଭିଜନ୍ ଅପ୍ଲିଙ୍କ୍, ଡିଜିଟାଲ୍ ସାଟେଲାଇଟ୍ ନିଉଜ୍ ଗ୍ୟାଦରିଙ୍ଗ୍, ଡିଟିଏଚ୍-ଟେଲିଭିଜନ୍ ସର୍ଭିସ୍, ସେଲୁଲାର୍ ବ୍ୟାକ୍ହଲ୍ ସଂଯୋଗ ଆଦି କ୍ଷେତ୍ରରେ କାର୍ଯ୍ୟ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/gsat.jpg)