ସର୍ବଦଳୀୟ ବୈଠକରେ ବାମପନ୍ଥୀଙ୍କ ଚୀନ ପ୍ରେମ : ସରକାର ଆମେରିକା ଆଡ଼କୁ ନଢଳି ଚୀନ ସହ ଆଲୋଚନା କରନ୍ତୁ

ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ସର୍ବ-ଦଳୀୟ ବୈଠକରେ ଦେଶର ଅଧିକାଂଶ ରାଜନୈତିକ ଦଳ ସରକାରଙ୍କୁ ସମର୍ଥନ ଜ୍ଞାପନ କରିଛନ୍ତି । ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ସରକାର ଯାହାବି ପଦକ୍ଷେପ ନେବେ ତାହାକୁ ସମର୍ଥନ କରାଯିବ ବୋଲି ଦଳମାନେ କହିଛନ୍ତି ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ବାମପନ୍ଥୀ ଦଳମାନେ ଏହି ବିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ଭାରତ ଆମେରିକା ଆଡ଼କୁ ଢଳୁଥିବାରୁ ଚୀନ କୋପ କରିଛି ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି । ଭାରତ ଆମେରିକା ଶିବିରରୁ ଦୂରେଇ ରହୁ ବୋଲି ବାମପନ୍ଥୀ ନେତାମାନେ କହିଛନ୍ତି । ସରକାରଙ୍କୁ ଜବାହରଲାଲ ନେହେରୁ ଅମଳର ପଞ୍ଚଶୀଳ ନୀତିକୁ ଅନୁସରଣ କରିବାକୁ କହିଛନ୍ତି ।

ସିପିଏମ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ଭାରତ ପଞ୍ଚଶୀଳ ନୀତିକୁ ଅନୁସରଣ କରିବା ଆବଶ୍ୟକ । ଭାରତ ଚୀନ ସହ ଉଚ୍ଚସ୍ତରୀୟ ଆଲୋଚନା କରି ଏଲଏସିକୁ ସ୍ପଷ୍ଟ କରାଯିବା ଆବଶ୍ୟକ । ଏପରି ହେଲେ ଶାନ୍ତି ବିରାଜମାନ କରିବ । ସେହିପରି ସିପିଆଇ ନେତା ଡି.ରାଜା କହିଛନ୍ତି ଯେ ଭାରତ ଆମେରିକା ଶିବିରରେ ସାମିଲ ହେବା ଆବଶ୍ୟକ ନାହିଁ ।  ସୂଚନାଯୋଗ୍ୟ ଯେ ୧୯୫୪ରେ ଭାରତ ଓ ଚୀନ ମଧ୍ୟରେ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏହି ଚୁକ୍ତି କରାଯାଇଥିଲା । ମାତ୍ର ଏହାର ୮ ବର୍ଷ ପରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା ।

ସମ୍ବନ୍ଧିତ ଖବର