ଜାତୀୟ ବେତାର ସମ୍ମିଳନୀ ଉଦ୍‌ଘାଟିତ : ଓଡ଼ିଶାର ରେଡ଼ିଓ ନମସ୍କାରକୁ ମିଳିଲା ୩ଟି ସମ୍ମାନ

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରଠାରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ଗୋଷ୍ଠୀ ବେତାର ସମ୍ମିଳନୀ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ସାରା ଦେଶରୁ ୨୫୦ଟି ଗୋଷ୍ଠୀ ବେତାର କେନ୍ଦ୍ର ଯୋଗ ଦେଇଥିଲେ। ସମ୍ମିଳନୀରେ ଓଡ଼ିଶାର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ ତିନୋଟି ବିଭାଗରେ ସମ୍ମାନିତ କରାଯାଇଥିଲା। ୨୦୧୮ ମସିହାର ବିଷୟଭିତ୍ତିକ ବିଭାଗରେ ପ୍ରଥମ ଓ ଅଭିନବ ବିଭାଗରେ ତୃତୀୟ ସ୍ଥାନ ତଥା ୨୦୧୯ରେ ବିଷୟଭିତ୍ତିକ ବିଭାଗରେ ପ୍ରଥମ ସ୍ଥାନ ପାଇଁ ରେଡ଼ିଓ ନମସ୍କାରକୁ ସମ୍ମାନିତ କରାଯାଇଥିଲା। ରେଡ଼ିଓ ନମସ୍କାରର ସଂଯୋଜକ ଅନ୍ଦାଜ ଆରମ୍ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଠାରୁ ପୁରସ୍କାରସ୍ବରୂପ ଫଳକ ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର