ତିରୁଅନନ୍ତପୁରମ୍ : କେରଳେର ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ତିରୁଅନନ୍ତନୁରମ୍ର ୨ଟି ଉପକୂଳ ଅଞ୍ଚଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣର ଚେନ୍ ଭାଙ୍ଗିବାପାଇଁ ଉପକୂଳ ଅଞ୍ଚଳ ଉପରେ ଫୋକସ୍ କରାଯାଉଛି। ମେ’ ମାସ ସୁଦ୍ଧା କେରଳରେ ସକ୍ରିୟ ମାମଲା ୧୦୦ରୁ କମ୍ ଥିଲା। କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ବଢ଼ି ଯାଇଛି। ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ଏବେ ୧୧ ହଜାର ଟପିଥିବାବେଳେ ସକ୍ରିୟ ମାମଲା ୬ ହଜାରରୁ ଅଧିକ ରହୁଛି। ଶୁକ୍ରବାର କେରଳରେ ସର୍ବାଧକ ୭୯୦ ନୂଆ ମାମଲା ଚିହ୍ନଟ ହୋଇଛି।
କେରଳରେ ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2020/07/pinarayi-presser-manorama.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)