ନୂଆଦିଲ୍ଲୀ: ଭାରତ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି। ଦେଶର କିଛି ଅଂଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। କରୋନା ନେଇ ଭାରତର ସ୍ଥିତି ଧୀରେ ଧୀରେ ଜଟିଳ ହେଉଛିବାରୁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତର ଗୁଲେରିଆ। ସେ କହିଛନ୍ତି, କିଛି ସ୍ଥାନରେ କରୋନା ମାମଲା ଅତ୍ୟନ୍ତ ବଢ଼ିଯାଉଛି। କିଛି ସ୍ଥାନରେ ଏବେ ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ଷ୍ଟେ୍ଜ୍ ୨ ଏବଂ ଷ୍ଟେଜ୍ ୩ ମଧ୍ୟରେ ଆମେ ଅଛୁ ବୋଲି ସେ କହିଛନ୍ତି। ତେବେ ଭାରତର ଅଧିକାଂଶ ସ୍ଥାନ ଏବେ ଷ୍ଟେଜ୍ ୨ରେ ଅଛି ବୋଲି ଗୁଲେରିଆ ସ୍ପଷ୍ଟ କରିଛନ୍ତି। ଭାରତରେ କିଛି ଅଂଶ ତଥା ମୁମ୍ବାଇ ପରି କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଉଥିବା ଜଣାପଡ଼ିଛି। କିନ୍ତୁ ଯଦି ଆରମ୍ଭରୁ ଏହି ଭାଇରସ୍କୁ ରୋକି ଦିଆଯିବ ତେବେ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆମକୁ ଏ ଦିଗରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସମସ୍ତ ଜନତା ଏବେ ଡାକ୍ତରଙ୍କୁ ସହଯୋଗ କରିବା ପାଇଁ ଗୁଲେରିଆ କହିଛନ୍ତି। କାରଣ ଡାକ୍ତରମାନେ ହିଁ ଭାରରସ୍ ସଂକ୍ରମିତ ହେବାର ଅଧିକ ଭୟ ରହିଛି। ତେବେ ଲକ୍ଡାଉନ୍ ବଢ଼ିବା ସଂକ୍ରାନ୍ତରେ ଗୁଲେରିଆ କହିଛନ୍ତି, ଏପ୍ରିଲ ୧୦ ତାରିଖ ପରେ ସ୍ପଷ୍ଟ ସ୍ଥିତି ସମ୍ପର୍କରେ ଜଣାପଡ଼ିବ। ଏବେ କିନ୍ତୁ ସ୍ଥିତି ସ୍ବାଭାବିକ ହେବା ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ।
ଦେଶର କିଛି ଅଂଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି: ଏମ୍ସ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2020/04/aiims_5813372_835x547-m.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)