ନୂଆଦିଲ୍ଲୀ : କରୋନା ସଂକ୍ରମଣ ଜନିତ ମୃତ୍ୟୁରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଦେଶବ୍ୟାପୀ ଗାଇଡଲାଇନ୍ସ ଜାରି କରିବାକୁ ଦାବି କରି ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟ ସ୍ଥିତିର ମୁକାବିଲାକୁ ନେଇ ରାଜ୍ୟମାନଙ୍କର ଆର୍ଥିକ ଅବସ୍ଥା ନିର୍ଦ୍ଧାରଣ କରିଥା’ନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏନେଇ କୌଣସି ନିର୍ଦ୍ଦେଶନାମା ଜାରି କରି ପାରିବେନାହିଁ। ଏଭଳି ଏକ ପିଟିସନକୁ ଖାରଜ କରିଦିଆଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି।
କରୋନା ମୃତକଙ୍କୁ କ୍ଷତିପୂରଣ ପ୍ରସଙ୍ଗ : ଗାଇଡ୍ଲାଇନ୍ ଜାରି ଆବେଦନ ସୁପ୍ରିମକୋର୍ଟରେ ଖାରଜ
/sambad/media/post_attachments/wp-content/uploads/2019/04/703292-supreme-court-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)