ଚଉଠି ରାତିରେ ସ୍ୱାମୀଙ୍କର ରୋଗ ବାବଦରେ ଜାଣି ଥାନାରେ ଅଭିଯୋଗ କଲେ ବୋହୂ

ଲଖନଉ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ପୁଅର ଜଟିଳ ରୋଗ ସତ୍ତ୍ୱେ ପରିବାର ଲୋକ ଏବାବଦରେ ଝିଅର ପରିବାରକୁ ନ ଜଣାଇ ବିବାହ କରିଦେଇଥିଲେ | ଆଉ ଚଉଠି ରାତିରେ ନିଜ ସ୍ୱାମୀଙ୍କର ଜଟିଳ ରୋଗ ବାବଦରେ ପତ୍ନୀ ଜାଣିପାରିଥିଲେ | ଗୋରଖପୁରର ରାମଗଡ ପୁଲିସକୁ ଦିଆଯାଇଥିବା ଏତଲାରେ ବୋହୂ ଜଣକ ଅଭିଯୋଗ କରିଛନ୍ତି ଯେ, ସେ ୧୩ ଫେବୃଆରୀ ୨୦୨୦ ରେ ଗୋରଖନାଥ ଅଞ୍ଚଳର ନାକାହାଠାରେ ରହୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। ଶାଶୁଘରର ଦାବି ଅନୁଯାୟୀ ଯୌତୁକ ମଧ୍ୟ ଦିଆଯାଇଥିଲା।

ତେବେ ବିବାହ ପରେ ନବବିବାହିତା ଜଣକ ଜାଣିପାରିଥିଲେ ଯେ, ସ୍ୱାମୀଙ୍କର ଜଟିଳ ଯୌନ ରୋଗ ରହିଛି ଏବଂ ସାତ ବର୍ଷ ଧରି ସେ ଚିକିତ୍ସିତ ହେଉଛନ୍ତି | ତେବେ ଏହାକୁ ନେଇ ପତ୍ନୀ ନିଜ ଶାଶୂଘର ଲୋକଙ୍କୁ କହିବା ପରେ ସେମାନେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ | ବାହାରେ ଏହି କଥା ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ | ୧୦ ମାସ ଧରି ସ୍ୱାମୀ ଏବଂ ଶାଶୁଘର ଲୋକ ମିଥ୍ୟା ଆଶ୍ୱାସନା ଦେଇଥିଲେ ଯେ ସେ ସୁସ୍ଥ ହୋଇଯିବେ ।

ତେବେ ଡାକ୍ତରଙ୍କୁ ପଚାରିବା ପରେ ଜଣାପଡିଥିଲା ​​ଯେ ସେ ଠିକ୍ ହୋଇଯିବେ ବୋଲି କହିହେବ ନାହିଁ । ଏହା ପରେ ପତ୍ନୀ ନିଜ ବାପଘରକୁ ଆସି ଥାନାରେ ଏତଲା ଦେଇଛନ୍ତି | ଅନ୍ୟପକ୍ଷରେ ଥାନା ଅଧିକାରୀ ଜଗତ ନାରାୟଣ ସିଂ କହିଛନ୍ତି ଯେ ଏକ ମାମଲା ପଞ୍ଜିକରଣ କରି ଯାଞ୍ଚ କରାଯାଉଛି। ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର