ମରିଗଲା ମାନବିକତା: ମୃତ ଗର୍ଭବତୀ ମହିଳାଙ୍କ କାନରୁ କାନଫୁଲ କାଢିନେଲେ

ଗ୍ୱାଲିଅର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି | ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ କାନରୁ ଝୁମୁକା ବା କାନଫୁଲ କାଢିନିଆଯାଇଥିବାର ଅଭିଯୋଗ ଆସିଛି | ମିଳିଥିବା ସୂଚନା ମୁତାବକ ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଗ୍ୱାଲିଅରରେ ଘଟିଛି | ବସନ୍ତ ବିହାର କଲୋନୀରେ ଥିବା ସଂସ୍କାର ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି।

image source–sisat

ଅଭିଯୋଗ ମୁତାବକ ୨୮ ବର୍ଷିୟ କ୍ଷମାଙ୍କୁ ପ୍ରସବ ପାଇଁ ସଂସ୍କାର ଡାକ୍ତରଖାନାକୁ ଅଣାଯାଇଥିଲା। ମହିଳାଙ୍କର ମାତ୍ର ଅଧ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଇଥିଲା | ଏହା ପରେ ଯେତେବେଳେ ମହିଳାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ସେତେବେଳେ ମହିଳାଙ୍କ କାନରୁ ରକ୍ତସ୍ରାବ ହେଉଥିବା ସେମାନେ ଦେଖିଥିଲେ।

ମହିଳାଙ୍କ ଗୋଟିଏ କାନ କାଟି ଦିଆଯାଇଥିବାବେଳେ କାନଫୁଲ ନଥିଲା | ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହେବା ପରେ ବି ମହିଳାଙ୍କ ମୃତଦେହରୁ କାନଫୁଲକୁ ଗାୟବ କରାଯାଇଛି |

ସମ୍ବନ୍ଧିତ ଖବର