ଭୋପାଳ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାକୁ କେନ୍ଦ୍ର କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ଦିଲ୍ଲୀ ସମେତ ଦେଶର କିଛି ସ୍ଥାନରେ ପ୍ରତିବାଦ କରାଯାଇଛି। କଂଗ୍ରେସ ନେତା ସଜ୍ଜନ୍ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶ ମିଳିଥିବା ବେଳେ କମଲନାଥଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାକୁ ନେଇ ଶିଖ୍ ସମ୍ପ୍ରଦାୟ ଲୋକମାନେ ତାତିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ କମଲନାଥ ଏ ବାବଦରେ ସଫେଇ ଦେଇ କହିଛନ୍ତି ଯେ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ତାଙ୍କ ବିରୋଧରେ କୌଣସି ଏତଲା ହୋଇନାହିଁ କିମ୍ବା କୌଣସି ଚାର୍ଜସିଟ୍ ମଧ୍ୟ କରାଯାଇ ନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ପ୍ରତିବାଦ କରାଯାଉଛି।
ମୋ ବିରୋଧରେ ଏତଲା, ଚାର୍ଜସିଟ୍ ହୋଇନି
/sambad/media/post_attachments/wp-content/uploads/2018/12/Kamal-Nath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)