ହିନ୍ଦୁଙ୍କୁ ଅପମାନ କରିଥିବା ନେଇ ନେଟଫ୍ଲିକ୍ସ ନାମରେ ଅଭିଯୋଗ

ମୁମ୍ବାଇ: ଅନଲାଇନ ମନୋରଞ୍ଜନକାରୀ ଚ୍ୟାନେଲ ନେଟଫ୍ଲିକ୍ସ ବିରୋଧରେ ଅଭିଯୋଗ ଆଣିଲା ଶିବସେନା | ଶିବସେନାର ଆଇଟି ସେଲ ସଦସ୍ୟ ରମେଶ ସୋଲଙ୍କି ନେଟଫ୍ଲିକ୍ସ ବିରୋଧରେ ଥାନାରେ ଏତଲା ଦେଇଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ ନେଟଫ୍ଲିକ୍ସ ଭାରତ ଓ ହିନ୍ଦୁ ଧର୍ମକୁ ଅପମାନ କରୁଛି | ମୁମ୍ବାଇର ଏଲଟି ମାର୍ଗ ପୁଲିସ ଷ୍ଟେସନରେ ଏହି କମ୍ପାନୀ ନାମରେ ଏତଲା ଦିଆଯାଇଛି |

ଅଭିଯୋଗ ହୋଇଛି ଯେ ନେଟଫ୍ଲିକ୍ସ ଏହାର ସୋ ସାକ୍ରେଡ ଗେମ୍ସ, ଲୈଲା ଓ ଘଉଲ ମାଧ୍ୟମରେ ଭାରତ ଓ ହିନ୍ଦୁ ଧର୍ମକୁ ବାରମ୍ବାର ଅପମାନ କରିବାକୁ ଚେଷ୍ଟା କରୁଛି | ବିଶ୍ୱ ସ୍ତରରେ ଭାରତର ଛବିକୁ ମଳିନ କରିବାକୁ ଏହି ସଂସ୍ଥା ଚେଷ୍ଟା କରୁଥିବାର ଏତଲାରେ ଦର୍ଶାଯାଇଛି | ଆମେରିକାର ଏହି କମ୍ପାନୀର ଭାରତରେ ବେଶ ଦର୍ଶକ ରହିଛନ୍ତି |

ବିଭିନ୍ନ ୱେବ ସିରିଜ ମାଧ୍ୟମରେ ଏହା ଦର୍ଶକଙ୍କ ପାଖରେ ଉପଲବ୍ଧ ହେଉଛି | କୁହାଯାଉଛି ମୋବାଇଲରେ ବ୍ୟସ୍ତ ରହୁଥିବା ଯୁବପିଢିଙ୍କ ପାଇଁ ନେଟଫ୍ଲିକ୍ସ ଟିଭିର ବିକଳ୍ପ ଭାବେ ଭବିଷ୍ୟତରେ ପରିଚିତ ହେବାକୁ ଯାଉଛି | ଏବେ ୱେବ ସିରିଜରେ ବହୁ ବଲିଉଡ କଳାକାର ମଧ୍ୟ ନଜର ଆସୁଛନ୍ତି |

ସମ୍ବନ୍ଧିତ ଖବର