ସଜ୍ଜନ୍‌ଙ୍କ ବିରୋଧରେ କି ଅଭିଯୋଗ ରହିଛି?

ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ୍‌ କୁମାର ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ୧୯୮୪ ମସିହା ଅକ୍ଟୋବର ମାସରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍‌ ସୁରକ୍ଷାକର୍ମୀଙ୍କ ଦ୍ବାରା ହତ୍ୟା‌ କରାଯିବା ପ‌ରେ ଶିଖ୍‌ ବିରୋଧୀ ଦଙ୍ଗାର ସୂତ୍ରପାତ ହୋଇଥିଲା। ଏଥିଯୋଗୁଁ ଅନେକ ଶିଖ୍‌ ସଦସ୍ୟ ପ୍ରାଣ ହରାଇଥିଲେ। ତେବେ ସଜ୍ଜନ ଆଜି ଯେଉଁ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଛନ୍ତି, ତାହା ୧୯୮୪ ମସିହା ନଭେମ୍ବର ୧ ତାରିଖର ଏକ ହତ୍ୟାକାଣ୍ଡ ପାଇଁ। ୧୯୮୪ ନଭେମ୍ବର ୧ରେ ଦିଲ୍ଲୀର ରାଜ ନଗର ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ କେହର ସିଂହ, ଗୁରପ୍ରିତ ସିଂହ, ରଘୁବେନ୍ଦ୍ର ସିଂହ, ନରେନ୍ଦ୍ର ପାଲ୍‌ ସିଂହ ଏବଂ କୁଲଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା। ସଜ୍ଜନ କୁମାର ଏହି ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଦଙ୍ଗାକାରୀମାନଙ୍କୁ ଉସୁକାଇଥିଲେ। ଜଷ୍ଟିସ୍‌ ଜି ଟି ନାନାବତୀ କମିସନ୍‌ର ସୁପାରିସ କ୍ରମେ ସଜ୍ଜନଙ୍କ ବିରୋଧରେ ଏହି ଘଟଣାରେ ୨୦୦୫ ମସିହାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର