ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ବିରୋଧରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସଂଗୀନ ଅଭିଯୋଗ- “ଗଞ୍ଜେଇ ନିଶାରେ ରାଧା ବେଶ ଧରୁଛନ୍ତି”

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଅଶାନ୍ତି ବଢିବାରେ ଲାଗିଛି । ପୁଅ ତେଜପ୍ରତାପଙ୍କ ବୈବାହିକ ଜୀବନକୁ ନେଇ ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ବିବାଦ ମଝିରେ କିଛି ମାସ ପାଇଁ ଦବିଯାଇଥିଲେ ମଧ୍ୟ ପୁଣି ଥରେ ଏବେ ତାହା କୋର୍ଟରେ ପହଞ୍ଚିଛି ।
ପାଟନାର ପରିବାର ଅଦାଲତରେ ଏବେ ତେଜପ୍ରତାପ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ମାମଲାର ଶୁଣାଣି ଚାଲିଛି । ଗତ କାଲି ଏହି କୋର୍ଟରେ ଐଶ୍ୱର୍ଯ୍ୟା ତେଜପ୍ରତାପଙ୍କ ବିରୋଧରେ କେତେକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ତେଜପ୍ରତାପ ସବୁବେଳେ ଗଞ୍ଜେଇ ନିଶାରେ ଘରକୁ ଆସୁଛନ୍ତି । କେତେବେଳେ ଶିବ ବେଶରେ ତ କେତେବେଳେ କୃଷ୍ଣ ବେଶ ଧରୁଛନ୍ତି । ଥରେ ସେ ଘାଘରା ପିନ୍ଧି ରାଧା ବେଶ ଧରିଥିଲେ । ପଚାରିବାରୁ କହିଲେ ଯେ କୃଷ୍ଣ ଓ ରାଧାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଥରେ ସେ ସଂପୂର୍ଣ୍ଣ ଉଲ୍ଲଗ୍ନ ହୋଇ ରାସ୍ତାକଡରେ ଥିବା ପାଇପରେ ଗାଧୋଇବାକୁ ଚାଲିଯାଇଥିଲେ ବୋଲି ଐଶ୍ୱର୍ଯ୍ୟା ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର