ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଲାଟୁରର ଏକ ନିର୍ବାଚନୀ ସଭାରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦର୍ଶାଇ କରାଯାଇଥିବା ଅଭିଯୋଗ ନିର୍ବାଚନ କମିସନଙ୍କ ୱେବ୍ସାଇଟ୍ରୁ ଗାଏବ ହୋଇଯାଇଛି। ଦେଶବ୍ୟାପୀ ୪୨୬ଟି ଅଭିଯୋଗ ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ୱେବ୍ ସାଇଟ୍ରୁ ହଠାତ ଗାଏବ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଲାଟୁରରେ ଏକ ରୢାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଯୁବ ଭୋଟର୍ମାନେ ସେମାନଙ୍କ ଭୋଟ୍କୁ ପୁଲୱାମା ସହିଦ ଏବଂ ବାଲାକୋଟ ବିମାନ ଆକ୍ରମଣରେ ସାମିଲ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦେବା ଉଚିତ। ପ୍ରଧାନମନ୍ତ୍ରୀ ପ୍ରଚାରରେ ସେନାର କାର୍ଯ୍ୟକୁ ନେଇ ଭୋଟ୍ ଦେବାକୁ କହିଥିବାରୁ ଏହା ବିରୋଧରେ ନିର୍ବାଚନ କମିସନଙ୍କଠାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ନିର୍ବାଚନ କମିସନ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ବାବଦରେ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। ତେବେ ଏ ନେଇ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ଅଭିଯୋଗ ୱେବ୍ସାଇଟ୍ରେ ମଧ୍ୟ ନାହିଁ। ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଛୋଟ ବୈଷୟିକ ତ୍ରୁଟି। ଏବେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏହି ମାମଲାରେ ନିର୍ବାଚନ କମିସନ କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ ପ୍ରଚାରରେ ସେନାକୁ ବ୍ୟବହାର ନକରିବା ପାଇଁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ଏହାର ବାରମ୍ବାର ଉଲ୍ଲଂଘନ ହେଉଛି।
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଗାଏବ
/sambad/media/post_attachments/wp-content/uploads/2019/04/moddddddddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)