ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଶୁକ୍ରବାର ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଏବଂ ତାଙ୍କ ଝିଅ ମରିୟମଙ୍କୁ ରାଓ୍ଵଲପିଣ୍ଡିର ଆଦିଆଲା ଜେଲ୍ରେ ରଖାଯାଇଛି। ଜେଲ୍ରେ ଉଭୟଙ୍କୁ ‘ବି ଶ୍ରେଣୀ’ ସୁବିଧା ମିଳିଛି। ଏ ଏବଂ ବି ଶ୍ରେଣୀ ସେଲ୍ରେ ଖଟ, ଚେୟାର, ଟି ଟେବୁଲ ଏବଂ ଆବଶ୍ୟକ ଆଲୋକ ବ୍ୟବସ୍ଥା ଉପଲବ୍ଧ ଥିବା କୁହାଯାଉଛି। କିନ୍ତୁ ସରିଫ୍ଙ୍କ ପୁଅ ହୁସେନ୍ ନଓ୍ଵାଜ୍ ସରିଫ୍ ଆଜି ଏହାର ବିପରୀତ ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାପା ସରିଫ୍ ଯେଉଁ କାରାଗାରରେ ଅଛନ୍ତି, ତାହା ଅତ୍ୟନ୍ତ ଅପରିଷ୍କାର। ଲାଗୁଛି ଯେମିତି ବର୍ଷ ବର୍ଷ ଧରି ତାହାକୁ ସଫା କରାଯାଇ ନାହିଁ। ଅନ୍ୟପକ୍ଷରେ ଶୋଇବାକୁ ବେଡ୍ ଦିଆଯାଇ ନାହିଁ କି ଗାଧୋଇବା ପାଇଁ ବାଥ୍ରୁମ୍ ଦିଆଯାଇ ନାହିଁ। ଜଣେ ଜନ ପ୍ରତିନିଧି ହିସାବରେ ନ ହେଉ ପଛେ ଜଣେ ସାଧାରଣ ଲୋକ ଭାବେ ଏଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବା କଥା। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏଭଳି କିଛି ବ୍ୟବସ୍ଥା କରିନାହାନ୍ତି। ଏହାଦ୍ୱାରା ମୋ ବାପାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ହୁସେନ୍ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ସାଧାରଣତଃ ଭଲ ସାମାଜିକ ସ୍ଥିତି ଏବଂ ଶିକ୍ଷାଗତ ଯୋଗ୍ୟତା ଥିବା ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ପାକିସ୍ତାନ ଜେଲ୍ରେ ଏ ଏବଂ ବି ଶ୍ରେଣୀ ସୁବିଧା ଦିଆଯାଏ। ସେମାନେ ଜେଲ୍ରେ କୌଣସି କଠିନ ପରିଶ୍ରମ କରି ନଥାନ୍ତି । ସରିଫ୍ ଓ ତାଙ୍କ ଝିଅ ମରିୟମ୍ଙ୍କୁ ‘ବି’ ଶ୍ରେଣୀର ସୁବିଧା ଦେବା ନେଇ ଘୋଷଣା କରାଯାଇଥିଲା। ଏମିତି କି ସରିଫ୍ ଏବଂ ମରିୟମ୍ଙ୍କୁ ଇସ୍ଲାମାବାଦର ଏକ ରେଷ୍ଟ୍-ହାଉସ୍କୁ ସ୍ଥାନାନ୍ତର କରାଯିବ ଏବଂ ତାହାକୁ ଅସ୍ଥାୟୀ ଜେଲ୍ ଭାବେ ଘୋଷଣା କରାଯିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସରିଫ୍ଙ୍କ ପୁଅ ହୁସେନ୍ଙ୍କ ଟ୍ଵିଟ୍ ପରେ ଏହା ପାକିସ୍ତାନର ଚାଲ୍ ଥିଲା ବୋଲି କୁହାଯାଉଛି।
ବାପାଙ୍କୁ ମିଳୁନି ବେଡ୍, ବାଥ୍ରୁମ୍
ସରିଫ୍ଙ୍କ ପୁଅଙ୍କ ଅଭିଯୋଗ
/sambad/media/post_attachments/wp-content/uploads/2018/07/11-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)