ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ସେକ୍ସ ସିଡି ସାମ୍ନାକୁ ଆଣି ତାଙ୍କ ବିରୋଧରେ ଅଭିଯୋଗ କରିଥିବା ସାମାଜିକ କାର୍ଯ୍ୟକର୍ତ୍ତା ପୁଲିସକୁ ଭେଟିବାକୁ ମନା କରିଦେଇଛନ୍ତି। ଜୀବନ ପ୍ରତି ବିପଦ ଥିବା କହି ସେ ପୁଲିସକୁ ଦେଖା କରିବେ ନାହିଁ ବୋଲି କହିଛନ୍ତି।
ମଙ୍ଗଳବାର ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କାଲାହଲ୍ଲୀ ସେକ୍ସ ସିଡି ଗଣମାଧ୍ୟମକୁ ଦେଇଥିଲେ ଏବଂ ଅଭିଯୋଗ କରିଥିଲେ ଯେ, ଭିଡିଓ କ୍ଲିପ୍ରେ ଥିବା ମହିଳାଙ୍କୁ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡରେ ସରକାରୀ ଚାକିରି କରାଇଦେବା ପ୍ରତିଶଅୁତି ଦେଇ ମନ୍ତ୍ରୀ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଗତ ସପ୍ତାହରେ ନ୍ୟାୟ ପାଇବା ପାଇଁ ମହିଳାଙ୍କ ପରିବାର ମୋ ପାଖକୁ ଆସିଥିଲେ ବୋଲି କାର୍ଯ୍ୟକର୍ତ୍ତା କହିଥିଲେ।
/sambad/media/post_attachments/d6a296a01776bbe42aeebd9f8e6581a7065eebd8da4cbfdd7c00a12b206d3f81.jpg)
ଏହା ସହ କାଲାହାଲ୍ଲୀ ମଙ୍ଗଳବାର ବେଙ୍ଗାଲୁରୁର କ୍ୟୁବନ୍ ପାର୍କ ପୁଲିସ ଷ୍ଟେସନରେ ଏତଲା ଦାଖଲ କରିଥିଲେ। କିନ୍ତୁ କ୍ୟୁବନ୍ ପାର୍କ ପୁଲିସ ତାଙ୍କୁ ଗୁରୁବାର ଦିନ ସାକ୍ଷାତ କରିବାକୁ ନୋଟିସ୍ ପଠାଇବା ପରେ ଦିନେଶ ସାକ୍ଷାତ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦିନେଶ କହିଛନ୍ତି ଯେ, ସେ କନକପୂରାରୁ ବେଙ୍ଗାଲୁରୁ ଯାତ୍ରା କରିପାରିବେ ନାହିଁ। ଅଭିଯୋଗ କରିବା ପରଠାରୁ ତାଙ୍କୁ ଧମକପୂର୍ଣ୍ଣ କଲ ଆସୁଛି। ବେଙ୍ଗାଲୁରୁ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିବା ପରେ ଧମକ ମିଳିବା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ସ-24.jpg)