ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦିଲ୍ଲୀର ଜଣେ ଓକିଲ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଚିଠିରେ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ବିଜେପିକୁ ଭୋଟ୍ ଦେବା ପାଇଁ ପ୍ରାର୍ଥନା କରିବାକୁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ନିର୍ବାଚନ ଆୟୋଗକୁ ଲେଖିଥିବା ଚିଠିରେ ଓକିଲ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁ ଦେବଦେବୀ ଓ ଉପାସନା ସ୍ଥଳଗୁଡ଼ିକ ନାମରେ ଭୋଟ୍ ମାଗୁଛନ୍ତି ଯାହା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ଏହା ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟାଳୟକୁ ବିଜେପି ଲାଗି ପ୍ରଚାର ପାଇଁ ବ୍ୟବହାର କରି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି ଯେ ସେ ପ୍ରଚାର ସମୟରେ ସମସ୍ତ ରାସନ କାର୍ଡଧାରୀଙ୍କୁ ଟଙ୍କା ଦେବାକୁ କହି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ରାସନ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରିବାକୁ ଶର୍ମା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp