ଶାହରୁଖ୍‌ ଖାନଙ୍କ ‘ଜିରୋ’ ସିନେମାକୁ ନେଇ ମୁମ୍ବାଇ ପୁଲିସରେ ମାମଲା ରୁଜୁ

ମୁମ୍ବାଇ: ଶାହରୁଖ୍‌ ଖାନଙ୍କ ‘ଜିରୋ’ର ଇତି ମଧ୍ୟରେ ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏହା ଆଗାମୀ ଡିସେମ୍ବର ୨୧ରେ ରିଲିଜ୍‌ ହେବ ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ବି ଅଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଆନନ୍ଦ ଏଲ ରାୟ। ତେବେ ଫିଲ୍ମର ପ୍ରମୋ ଏବଂ ପୋଷ୍ଟରରେ ଶାହରୁଖ୍‌ ଖାନଙ୍କ ବେଶକୁ ନେଇ ଆପତ୍ତି ଉଠିଛି।  ଅକାଳି ଦଳ ପରେ ଏବେ ମୁମ୍ବାଇ କଂଗ୍ରେସ ଉପାଧ୍ୟକ୍ଷ ଚରଣ ସିଂହ ସାପରା ସିନୋମ ‘ଜିରୋ’ର ବିଷୟ ବସ୍ତୁକୁ ନେଇ ଆପତ୍ତି କରିଛନ୍ତି। କେବଳ ଏତିକି ନୁହେଁ ସାପରା ମୁମ୍ବାଇ ପୁଲିସ ନିକଟରେ ଶାହାରୁଖ ଖାନ୍‌ଙ୍କ ସିନେମା ବିରୋଧରେ ମାମଲା ମଧ୍ୟ ରୁଜୁ କରିଛନ୍ତି।

‘ଜିରୋ’ର ପ୍ରମୋ ଏବଂ ପୋଷ୍ଟରରେ ଯେଉଁଭଳି ଶାହାରୁଖ୍‌ ଏକ ଅଣ୍ଡରଓ୍ଵୟାର୍‌ ପିନ୍ଧି ହାତରେ ଶିଖମାନଙ୍କର ପବିତ୍ର କୃପାଣ ଧରିଛନ୍ତି ତାକୁ ନେଇ ଶିଖ୍‌ ସମ୍ପ୍ରଦାୟ ଆପତ୍ତି କରିଛନ୍ତି। ଏମାନଙ୍କ କହିବାନୁସାରେ ଏପରି କରିବା ଦ୍ୱାରା ଶିଖ ଭଗବାନଙ୍କ ଅସମ୍ମାନ ହୋଇଛି। ସାପରା କୃପାଣ ଦୃଶ୍ୟକୁ ସିନେମାରୁ ହଟାଇବାକୁ କହିଛନ୍ତି। ଯଦି ଏନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବ ତେବେ ସେମାନେ ପ୍ରଡକସନ୍‌ ହାଉସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର