ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଏଏପି) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ସିଧାସଳଖ ସଂପର୍କ ଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଙ୍ଘି ଏବଂ ଜଷ୍ଟିସ୍ ନବୀନ ଚାୱଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ଆବେଦନକାରୀ କଂଗ୍ରେସ ନେତା ଜଗଦୀଶ ଶର୍ମା ଅଭିଯୋଗ କରିଥିଲେ, ଆପ୍ ଏବଂ ଏହାର ଜାତୀୟ ସଂଯୋଜକ କେଜ୍ରିୱାଲଙ୍କ ଶିଖ୍ ଫର ଜଷ୍ଟିସ୍ ନାମକ ଏକ ନିଷିଦ୍ଧ ଖଲିସ୍ତାନୀ ସଂଗଠନ ସହ ସମ୍ପର୍କ ରହିଛି।
ଆପ୍ ବିରୋଧରେ ହୋଇଥିବା ଅଭିଯୋଗ ହାଇକୋର୍ଟରେ ଖାରଜ
/sambad/media/post_attachments/wp-content/uploads/2020/04/delhi-high-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)