ଶ୍ରୀନଗର : ଗତକାଲି ପୁଲଓ୍ଵାମା ଜିଲ୍ଲାର ଲେଥପୋରାଠାରେ ସିଆର୍ପିଏଫ୍ ଶିବିର ଉପରେ ଜୈଶ-ଇ-ମହମ୍ମଦ(ଜେଇଏମ୍) ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ତେବେ ଏହି ଘଟଣା ପରେ ସୁରକ୍ଷାବାହିନୀ ଗତକାଲିଠାରୁ ଜାରି ରଖିଥିବା ସର୍ଚ୍ଚ ଅପରେସନ ଆଜି ସରିଛି। ଏଥି ସହିତ ତୃତୀୟ ଆତଙ୍କବାଦୀର ମୃତଦେହ ମଧ୍ୟ ଉଦ୍ଧାର ହେବା ସହ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ୩ଟି ଏକେ ୪୭ ରାଇଫଲ୍, ୮ଟି ମାଗାଜିନ୍ ଏବଂ ୫ଟି ଗ୍ରେନେଡ୍ ରହିଛି। ଅପରପକ୍ଷେ, ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ରହିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରର ଭିଡିଓକୁ ଜେଇଏମ୍ ଜାରି କରିଛି। କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ‘ଅପରେସନ ଅଲଆଉଟ୍’ ବେଶ୍ ଫଳପ୍ରଦ ହୋଇଥିବା କୁହାଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଆତଙ୍କବାଦୀ ଭାବେ ଆବିଷ୍କାର କରିବା ଘଟଣା ଏବେ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଗତକାଲି ସିଆର୍ପିଏଫ୍ ଯବାନଙ୍କ ଜବାବୀ କାର୍ଯ୍ୟନୁଷ୍ଠାନରେ ନିପାତ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ପାକ୍ ଅଧିକୃତ କଶ୍ମୀରର ଅଲି ସୋଜାଲ୍ ହୋଇଥିବା ବେଳେ ଆଉ ଜଣେ ଜମ୍ମୁ କଶ୍ମୀରର ସ୍ଥାନୀୟ ପୁଲଓ୍ଵାମା ଅଞ୍ଚଲର ମଞ୍ଜୁର ଅହମ୍ମଦ ବାବା ବୋଲି ଜଣାଯାଇଛି। ସେହିପରି ମୃତ ନାବାଳକ ଆତଙ୍କବାଦୀ ଜଣକ ସ୍ଥାନୀୟ ଟ୍ରାଲ୍ ଅଞ୍ଚଳର ମହିବୁଦ୍ଦିନ୍ ବୋଲି ସ୍ପଷ୍ଟ ହୋଇଛି। ଜେଇଏମ୍ କମାଣ୍ଡର ନୁର ମହମ୍ମଦର ନିପାତ ହେବାର ପ୍ରତିଶୋଧରେ ସଂଗଠନ ଏଭଳି ଜଘନ୍ୟ ଆକ୍ରମଣ କରଥିବା ଜଣାଯାଇଛି। ଅପରପକ୍ଷେ, ଆତ୍ମଘାତୀ ଆକ୍ରମଣ ପୂର୍ବରୁ ଜେଇଏମ୍ ଦଶମ ଶ୍ରେଣୀ ଛାତ୍ର ତଥା ନାବାଳକ ଆତଙ୍କବାଦୀ ଫରଦିନର ଭିଡିଓ ରେକର୍ଡିଂ କରିଥିଲା। ଭିଡିଓଟିରେ ୧୭ ବର୍ଷୀୟ ଫରଦିନ୍ ଅସ୍ତ୍ରଶସ୍ତ୍ର ଧରି ମୁସଲିମ୍ ଏବଂ ନିର୍ଦ୍ଦିଷ୍ଟ ଭାବେ କଶ୍ମୀର ଯୁବକମାନଙ୍କୁ ଭାରତ ବିରୋଧୀ ଲଢ଼େଇରେ ଯୋଗ ଦେବାପାଇଁ ଅନୁରୋଧ କରୁଛି। ଖୁବ୍ ଶାନ୍ତ ଏବଂ ଭାବବିହ୍ଵଳ ଢଙ୍ଗରେ ସେ କହିଛି ଯେ ଭିଡିଓଟି ରିଲିଜ୍ ହେବା ପୂର୍ବରୁ ସେ ହୁଏତ ଏ ଦୁନିଆରେ ନଥିବ, କିନ୍ତୁ ନିଜର ସରଳତା ମାଧ୍ୟମରେ ସେ ଭାରତ ବିରୋଧରେ ଲଢ଼େଇ ପାଇଁ ଆହ୍ଵାନ କରିଛି। ଦୁଃଖର ବିଷୟ, ଫରଦିନ୍ର ବାପା ଜମ୍ମୁ କଶ୍ମୀର ପୁଲିସର ଜଣେ ମୁଖ୍ୟ କନଷ୍ଟେବଳ। ଗତ ସେପ୍ଟେମ୍ବର ୧୫ରେ ନିଖୋଜ ହୋଇଯାଇଥିବା ଫରଦିନ୍କୁ ଜେଇଏମ୍ କମାଣ୍ଡର ନୁର ମହମ୍ମଦ ଆତ୍ମଘାତୀ ଆତଙ୍କବାଦୀ ହେବାର ପ୍ରୋତ୍ସାହନ ଦେଇଥିଲା ବୋଲି ଜଣାଯାଇଛି।
ସରିଲା ପୁଲ୍ଓ୍ଵାମା ଏନ୍କାଉଣ୍ଟର:ତୃତୀୟ ଆତଙ୍କବାଦୀର ବି ଶବ ମିଳିଲା
ଚର୍ଚ୍ଚାରେ ନିହତ ନାବାଳକ ଆତଙ୍କବାଦୀର ଭିଡିଓ
/sambad/media/post_attachments/wp-content/uploads/2018/01/purluwama-encounter-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)