ପାକିସ୍ତାନ ସହ ଶାନ୍ତି ଆଲୋଚନା ବୃଥା: ପୂର୍ବତନ ର’ ମୁଖ୍ୟ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ଆଧାର କରି ଏବେ ପାକିସ୍ତାନ ସେନାବାହିନୀ କ୍ଷମତା ବିସ୍ତାର କରିଛି। କିନ୍ତୁ ପାକିସ୍ତାନ ସହ ଶାନ୍ତି ଆଲୋଚନା ନିରର୍ଥକ ବୋଲି ପୂର୍ବତନ ର’ ମୁଖ୍ୟ ବିକ୍ରମ ସୁଦ୍‌ କହିଛନ୍ତି। ପାକିସ୍ତାନର ମାନସିକତାରେ ପରିବର୍ତ୍ତନ ଆସିବାରେ ଖୁବ୍‌ କମ୍‌ ଆଶା ରହିଛି। ତେଣୁ ଏହା ସହ ଶାନ୍ତି ଆଲୋଚନା ଅସାର। ଏଥିରୁ କୌଣସି ବି ଭଲ ଫଳ ମିଳିବନି ବୋଲି ପୂର୍ବତନ ର’ ମୁଖ୍ୟ ତାଙ୍କର ଏକ ନୂଆ ପୁସ୍ତକ ‘ଦି ଅନ୍‌ଏଣ୍ଡିଙ୍ଗ୍‌ ଗେମ୍‌’ ଲୋକାର୍ପଣ ସମୟରେ କହିଛନ୍ତି। ସେ କହିଛନ୍ତି, କଶ୍ମୀର ପ୍ରସଙ୍ଗକୁ ଆଧାର କରି ପାକିସ୍ତାନ ସେନା ଏବେ ପାକିସ୍ତାନରେ କ୍ଷମତା ବିସ୍ତାର କରିଛି। ଏହା ଯେମିତି ପାକିସ୍ତାନରେ କର୍ପୋରେଟ୍‌ କ୍ଷେତ୍ରରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର