ନୂଆଦିଲ୍ଲୀ : ଓଡ଼ିଶାରେ ଜମିଜମା କାଗଜପତ୍ରର କମ୍ପ୍ୟୁଟରୀକରଣ ଓ ମାନଚିତ୍ର ଡିଜିଟାଇଜିଂ କାର୍ଯ୍ୟ ଶତ ପ୍ରତିଶତ ସଂପୂର୍ଣ୍ଣ ହେଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଦେଶର ସମସ୍ତ ରାଜ୍ୟଓ କେନ୍ଦ୍ର ଶାସିତ ଅଞ୍ଚଳର ଜମିଜମା କାଗଜପତ୍ରର କମ୍ପ୍ୟୁଟରିକରଣ ଓ ଜମିଜମା କାଗଜପତ୍ର ରେକର୍ଡ ସହିତ ସରକାରୀ ମାନଚିତ୍ରର ଡିଜିଟାଇଜିଂର ସ୍ଥିତି ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ପ୍ରସ୍ତୁତ କରାଯାଇଥିଲା। ତଥ୍ୟରେ ରାଜ୍ୟଵାରି ସୂଚନା ପ୍ରଦାନ କରାଯାଇଛି, ଯେଉଁଥିରେ ଓଡ଼ିଶାରେ ଶତ ପ୍ରତିଶତ ଜମିଜମା କାଗଜପତ୍ରର କମ୍ପ୍ୟୁଟରୀକରଣ ହୋଇଥିବା ଉଲ୍ଲେଖ କରାଯାଇଛି। ଓଡ଼ିଶାରେ ସମୁଦାୟ ୫୧୭୦୧ ଗାଁମାନଙ୍କରେ ସମ୍ପୂର୍ଣ୍ଣ ରୂପେ ଜମିଜମା କାଗଜପତ୍ରର କମ୍ପ୍ୟୁଟରୀକରଣ କରାଯାଇଛି। ଓଡ଼ିଶାରେ ସମୁଦାୟ ୧୧୫୨୩୨ ଜମିଜମା କାଗଜପତ୍ର ରେକର୍ଡ ସହିତ ସରକାରୀ ମାନଚିତ୍ରର ଡିଜିଟାଇଜିଂ ଶତ ପ୍ରତିଶତ ହୋଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି।
ଓଡ଼ିଶାରେ ଜମିଜମା କାଗଜପତ୍ରର କମ୍ପ୍ୟୁଟରୀକରଣ କାର୍ଯ୍ୟ ସଂପୂର୍ଣ୍ଣ
/sambad/media/post_attachments/wp-content/uploads/2019/07/lands.jpg)
/sambad/media/agency_attachments/2024-07-24t043029592z-sambad-original.webp)