ନୂଆଦିଲ୍ଲୀ : ଚଳିତବର୍ଷ ନେପାଳରେ ନଭେମ୍ବର ମାସ ଶେଷ ଆଡ଼କୁ ନିର୍ବାଚନ ହେବାର ଅଛି ଏବଂ ଏହା ଭିତରେ ଅଗ୍ନିପଥ ପ୍ରସଙ୍ଗ ଶେର ବାହାଦୁର ଦେଓବା ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସରକାର ଏପରି କୌଣସି ପଦକ୍ଷେପ ନେବାକୁ ଚାହାନ୍ତି ନାହିଁ, ଯେଉଁଥିରେ ନିର୍ବାଚନରେ କ୍ଷତି ସହିବାକୁ ପଡ଼ିବ। ଅସଲ କଥା ହେଲା ଅଗ୍ନିପଥ ଯୋଜନା କାରଣରୁ ନେପାଳର ଗୋର୍ଖା ଯୁବକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯିବାର ଅଛି। ଏଥିପାଇଁ ଗୋର୍ଖା ରିକ୍ରୁଟ୍ମେଣ୍ଟ ଡିପୋ ଗୋରଖପୁର ଓ ଦାର୍ଜିଲିଂ ଦ୍ବାରା ନେପାଳର ବୁଟବଲ ଓ ଧରାନରେ ନିଯୁକ୍ତି ରାଲିର ତାରିଖ ବି ଘୋଷଣା କରିଦିଆଯାଇଛି।
ବୁଟବଲରେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ନେପାଳୀ ଗୋର୍ଖାମାନଙ୍କ ପାଇଁ ନିଯୁକ୍ତି ରୢାଲି ଥିଲାବେଳେ ଧରାନରେ ଅଛି ସେପ୍ଟେମ୍ବର ୧୯ରୁ ୨୮ ପର୍ଯ୍ୟନ୍ତ। କିନ୍ତୁ ବର୍ତ୍ତମାନ ଏହି ତାରିଖ ଘୁଞ୍ଚାଇବାକୁ ପଡ଼ିପାରେ। କାଠମାଣ୍ଡୁ-ସ୍ଥିତ ଭାରତୀୟ ଦୂତାବାସ ଅନୁସାରେ ଭାରତ ନେପାଳ ସରକାରଙ୍କୁ ଏ ତାରିଖ ପାଇଁ ଅନୁମତି ମାଗିଥିଲା। ନେପାଳ ସରକାର ହିଁ ନିଯୁକ୍ତି ରୢାଲିରେ ସୁରକ୍ଷା ବ୍ୟବସ୍ଥା କରିଥାନ୍ତି। କିନ୍ତୁ ଭାରତର ଚିଠି ଉପରେ ନେପାଳ ସରକାର ଏଯାଏ କୌଣସି ଉତ୍ତର ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/agnipath-4.jpg)