ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମୃତ୍ୟୁ ଆକଳନ ପାଇଁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବ୍ୟବହାର କରୁଥିବା ପଦ୍ଧତି ଉପରେ ଶନିବାର ଦିନ ଭାରତ ସନ୍ଦେହ ପ୍ରକାଶ କରିଛି। ଭାରତ ଭଳି ବିରାଟ ଭୌଗୋଳିକ ଆକାର ଏବଂ ଜନବହୁଳ ଦେଶର ମୃତ୍ୟୁସଂଖ୍ୟା ଆକଳନ କରିବା ପାଇଁ ଏ ପ୍ରକାର ଗାଣିତିକ ମଡେଲ୍ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଭାରତ କହିଛି।
ଏପ୍ରିଲ୍୧୬ ତାରିଖ ଦିନ ‘ନ୍ୟୁୟର୍କ ଟାଇମ୍ସ୍’ରେ ପ୍ରକାଶିତ ‘ଇଣ୍ଡିଆ ଇଜ୍ ଷ୍ଟଲିଙ୍ଗ୍ ‘ହୁ’ଜ୍ ଏଫୋର୍ଟସ୍ ଟୁ ମେକ୍ ଗ୍ଲୋବାଲ୍ କୋଭିଡ୍ ଡେଥ୍ ଟୋଲ୍ ପବ୍ଲିକ୍’ (କୋଭିଡ୍ ମୃତ୍ୟୁହାରକୁ ସାର୍ବଜନୀନ କରାଇବାରେ ‘ହୁ’ର ଉଦ୍ୟମକୁ ଭାରତ ବାଧା ଦେଉଛି) ଶୀର୍ଷକ ଆଲେଖ୍ୟ ଉପରେ ଆପତ୍ତି କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ମୃତ୍ୟୁ ସଂଖ୍ୟା ଆକଳନ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ୟବହାର କରୁଥିବା ପଦ୍ଧତି ଉପରେ ଅନେକ ଥର ଭାରତ ଅଭିଯୋଗ କରିଛି। ଏ ସଂକ୍ରାନ୍ତରେ ଭାରତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହିତ ନିୟମିତ ସବିଶେଷ ବୈଷୟିକ ଆଦାନ ପ୍ରଦାନ କରି ଆସୁଥିଲା।
Image Courtesy of India Aheadସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ମୃତ୍ୟୁସଂଖ୍ୟା ଯାହା ହେଉ ସେଥିରେ ଭାରତର ଆପତ୍ତି ନାହିଁ, କିନ୍ତୁ ମୃତ୍ୟୁସଂଖ୍ୟା ଆକଳନ ପାଇଁ ବ୍ୟବହାର କରାଯାଉଥିବା ପଦ୍ଧତି ଉପରେ ବରଂ ଭାରତ ଆପତ୍ତି କରୁଛି। ମୃତ୍ୟୁସଂଖ୍ୟା ଆକଳନ ପାଇଁ ‘ଟିୟର୍-୧’ ଏବଂ ‘ଟିୟର୍-୨’ ସେଟ୍ ବ୍ୟବହାର କରାଯାଉଛି। ଏ ୨ଟି ମଡେଲ୍ର ମୃତ୍ୟୁସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହିଛି। ଉପରୋକ୍ତ ୨ଟି ମଡେଲ୍ରେ ବିଶ୍ବର ବିଭିନ୍ନ ଦେଶକୁ ବର୍ଗୀକରଣ କରାଯାଇଛି। ‘ଟିୟର୍-୧’ସେଟ୍ରେ ଭାରତ ସମେତ ଚୀନ୍, ଇରାନ୍, ବାଂଲାଦେଶ, ସିରିୟା, ଇଥିଓପିଆ ଏବଂ ଇଜିପ୍ଟ୍ ପ୍ରଭୃତି ଦେଶ ଅଛନ୍ତି। ଏହି ସବୁ ଦେଶର କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ଜାଣିବାକୁ ଅସମର୍ଥିତ ସୂତ୍ରରୁ ତଥ୍ୟ ସଂଗ୍ରହ ହୋଇଛି। ଏଥିପାଇଁ ‘ଟିୟର୍-୧’ ବର୍ଗର ସମସ୍ତ ଦେଶ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଆପତ୍ତି କରିଥିଲେ।
ଭାରତ କହୁଛି କି, ଏହି ପଦ୍ଧତିରେ ଛୋଟ ଛୋଟ ଦେଶମାନଙ୍କରେ ଘଟିଥିବା କୋଭିଡ୍-୯ଜନିତ ମୃତ୍ୟୁସଂଖ୍ୟା ଯେଉଁ ପରିସଂଖ୍ୟନ ଭିତ୍ତିରେ ସ୍ଥିର କରାଯାଇଛି ଭାରତ ଭଳି ବିରାଟ ଦେଶ ପାଇଁ ସେ ଭଳି ପରିସଂଖ୍ୟନଦ୍ବାରା ସଠିକ ଫଳାଫଳ ମିଳିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/cd.jpg)