ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ସୋମବାର କହିଛନ୍ତି ଯେ ଅନୁକମ୍ପା-ଆଧାରରେ ଦିଆଯାଉଥିବା ଚାକିରି ଅବସରପ୍ରାପ୍ତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଜଷ୍ଟିସ୍ ଏମ୍ଆର୍ ଶାହ ଓ ବିଭି ନାଗରତ୍ନାଙ୍କ ବେଞ୍ଚ କହିଲେ ଯେ ଅନୁକମ୍ପା-ଆଧାରରେ ଚାକିରି ପାଇଁ ଆଇନଗତ ଅଧିକାର ଅଛି ବୋଲି କେହି ଦାବି କରି ପାରିବ ନାହିଁ। ଖଣ୍ଡପୀଠ କହିଲେ ଯେ, କୌଣସି ସରକାରୀ ଚାକିରିଆଙ୍କ ଅବସର ପରେ ଅନୁକମ୍ପା ଆଧାରରେ ତାଙ୍କ ପୁଅ, ଝିଅ ବା ଉତ୍ତରାଧିକାରୀଙ୍କୁ ଚାକିରି ଦିଆଯାଇ ପାରିବ ନାହିଁ। ଯଦି ଏହାକୁ ଅନୁମତି ଦିଆଯାଏ, ତେବେ କେବଳ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ହିଁ ପିଢ଼ି ପରେ ପିଢ଼ି ଚାକିରି ପାଇବେ ଏବଂ ଆଉ କୌଣସି ବାହାରର ଲୋକ ଅଧିକ ମେଧାବୀ, ଶିକ୍ଷିତ ଓ ଦକ୍ଷ ହୋଇଥିଲେ ମଧ୍ୟ ଚାକିରି ପାଇପାରିବେ ନାହିଁ। କେବଳ କୌଣସି କର୍ମଚାରୀ ଚାକିରି ଅବଧି ସରିବା ପୂର୍ବରୁ ଅକାଳ ମୃତ୍ୟୁବରଣ କଲେ ବା ସମ୍ପୂର୍ଣ୍ଣ ଅକ୍ଷମ ହୋଇଗଲେ ତାଙ୍କର ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ଚାକିରି ଦିଆଯାଇପାରେ।
ଅନୁକମ୍ପାମୂଳକ ଚାକିରି ଅବସରପ୍ରାପ୍ତ କର୍ମଚାରୀଙ୍କ ପିଲାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ: ସୁପ୍ରିମ୍କୋର୍ଟ
/sambad/media/post_attachments/wp-content/uploads/2022/05/supreme-court-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)