ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଇଂଲଣ୍ଡର ବହୁ ବିଶିଷ୍ଟ ରାଜନେତା ବୁକର ପୁରସ୍କାର-ବିଜେତା ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେମାନେ ଏହାକୁ ବାକ୍ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଜନସନ ଟ୍ବିଟ୍ କରିଛନ୍ତି- ସଲମାନ ରୁଶଦି ଯଦି ନିଜର ବାକ୍ ସ୍ବାଧୀନତାର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ଛୁରାମାଡ଼ ଖାଇଲେ, ଆମେ ସମସ୍ତେ ଦୃଢ଼କଣ୍ଠରେ ଏହାର ନିନ୍ଦା କରିବା ଏବଂ ରୁଶଦିଙ୍କ ପକ୍ଷରେ ଠିଆହେବା ଉଚିତ।
ଇଂଲଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦୀ ଥିବା ଋଷି ସୁନକ ରୁଶଦିଙ୍କ ପରିବାର ସଦସ୍ୟଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ସେ ଠିକ୍ଠାକ୍ ଥାନ୍ତୁ ଓ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି କାମନା କରିଛନ୍ତି। ବିଦେଶ ମନ୍ତ୍ରୀ ଲିଜ ଟ୍ରସ୍ ମଧ୍ୟ ରୁଶଦିଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ଫ୍ରାନ୍ସର ବ୍ୟଙ୍ଗ ପତ୍ରିକା ଚାର୍ଲି ହେବଡ଼ୋ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ଏହି ପତ୍ରିକା ୨୦୧୫ରେ ପ୍ରଫେଟ ମହମ୍ମଦଙ୍କର ଏକ କାର୍ଟୁନ ଛାପିଥିବାରୁ ପତ୍ରିକାର ୧୨ ଜଣ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୧୫ ଆକ୍ରମଣରୁ ବଞ୍ଚିଯାଇଥିବା ପତ୍ରିକାର ପରିଚାଳନା ନିର୍ଦ୍ଦେଶକ ରିସ୍ କହିଛନ୍ତି ଯେ ରୁଶଦିଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ବୋଧହୁଏ ଜଣେ ମୁସଲମାନ। ଲୋକଙ୍କୁ ଭୁଲ୍ ବାଟରେ ନେଉଥିବା ତଥାକଥିତ ଅଳ୍ପଜ୍ଞାନୀ ଧର୍ମଗୁରୁମାନଙ୍କୁ ସେ ନିନ୍ଦା କରିଛନ୍ତି।
ବଲିଉଡ୍ ଅଭିନେତା ଜାଭେଦ ଅଖତର, କଙ୍ଗନା ରାନାଉତ ଓ ସ୍ବର ଭାସ୍କର ପ୍ରମୁଖ ବୁକର ବିଜେତା ଲେଖକଙ୍କ ଉପରେ ବର୍ବର ଆକ୍ରମଣକୁ ନିନ୍ଦା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/rushide.jpg)