ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସନକର୍ତ୍ତା ଶେଖ ଖଲିଫା ବିନ୍ ଜାଏଦ ଅଲ ନାହୟାନଙ୍କ ଦୁଃଖଦ ମୃତ୍ୟୁରେ ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବା ପାଇଁ ରବିବାର ୟୁଏଇ ଗସ୍ତରେ ଯାଇଛନ୍ତି। ଆବୁଧାବିରେ ସେ ୟୁଏଇର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଶେଖ ଖଲିଫାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଶୋକ ପ୍ରକାଶ କରିଥିଲେ। ଭାରତ ପକ୍ଷରୁ ସମବେଦନା ଜଣାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର ନୂଆଦିଲ୍ଲୀସ୍ଥିତ ୟୁଏଇ ଦୂତାବାସ ପରିଦର୍ଶନ କରିଥିଲେ।
ସଂଯୁକ୍ତ ଆରବ ଏମିରେଟ୍ସର ଦୂତାବାସରେ ସମବେଦନା ପୁସ୍ତକରେ ଦସ୍ତଖତ କରି ୟୁଏଇର ସ୍ୱର୍ଗତ ରାଷ୍ଟ୍ରପତି ଏଚ୍ଏଚ୍ ଶେଖ୍ ଖଲିଫା ବିନ୍ ଜାଏଦ ଅଲ ନାହୟାନଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛୁ ବୋଲି ଉଲ୍ଲେଖ କରିଥିଲେ। ଶେଖ ଖଲିଫାଙ୍କ ସମ୍ମାନାର୍ଥେ ଭାରତ ଶନିବାର ଜାତୀୟ ଶୋକ ଦିବସ ପାଳନ କରିଥିଲା। ଖଲିଫାଙ୍କ ନେତୃତ୍ୱରେ ଭାରତ-ୟୁଏଇ ସମ୍ପର୍କ ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ବହୁତ ଉନ୍ନତି କରିଛି। ୟୁଏଇର ବୃହତ ଭାରତୀୟ ସମ୍ପ୍ରଦାୟର ସେ ବିଶେଷ ଯତ୍ନ ନେଇଥିଲେ। ନୂତନ ଏବଂ ବିବିଧ କ୍ଷେତ୍ରରେ ଦୁଇ ଦେଶ ନିଜର ଐତିହାସିକ ତଥା ବ୍ୟାପକ ରଣନୀତିକ ସମ୍ପର୍କକୁ ଆଗକୁ ବଢ଼ାଇବେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/65s4hsfh4sf987hf98hsf64h564hf65f.jpg)