ନାଗପୁର: ଜନ୍ମଦିନରେ କେକ୍ କାଟିବା, ମହମବତି ଫୁଙ୍କି ଲିଭାଇବା, ବେଲୁନ୍ ଫଟାଇବା ଏବଂ ମୁହଁରେ କେକ୍ ବୋଳାବୋଳି ହେବା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି। କିନ୍ତୁ ନାଗପୁର ବିଶ୍ବବିଦ୍ୟାଳୟର ଏକ ଛାତ୍ର ଗୋଷ୍ଠୀ ନୂଆ ଧାରା ଆରମ୍ଭ କରିଛନ୍ତି। ଜନ୍ମଦିନରେ ସେମାନେ ନିଜ ସହପାଠୀ ଓ ବନ୍ଧୁମାନଙ୍କୁ ଉପହାର ସ୍ବରୂପ କଣ୍ଡୋମ୍ ଓ ସାନିଟାରି ନାପ୍କିନ୍ ଦେଉଛନ୍ତି। ବିଶ୍ବବିଦ୍ୟାଳୟର ଅମରାବତୀ ରୋଡ୍ କ୍ୟାମ୍ପସ୍ରେ ପଢୁଥିବା ଏହି ଛାତ୍ରଛାତ୍ରୀମାନେ ଏଭଳି ଧାରା ଆରମ୍ଭ କରି ଉଦାହରଣ ପାଲଟିଛନ୍ତି। ତେବେ ଆଉ ଏକ ମଜାଦାର ବିଷୟ ହେଉଛି ଜନ୍ମଦିନରେ ଏହି ଉପହାର ଦେବାବେଳେ ଉକ୍ତ ଗୋଷ୍ଠୀ ଏହାକୁ ପ୍ୟାକ୍ କରିନଥାନ୍ତି। ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଏମାନେ ଖୋଲାଖୋଲି ଭାବେ ଏଭଳି ଉପହାର ଦେଉଥିବା ଜଣାପଡ଼ିଛି। ଉପହାର ସ୍ବରୂପ ସେମାନେ ୩ଟି କଣ୍ଡୋମ୍ ପାଉଚ୍ ଓ ଗୋଟିଏ ସାନିଟାରି ନାପ୍କିନ୍ ଦେଉଛନ୍ତି। ଛାତ୍ର ହୁଅନ୍ତୁ କି ଛାତ୍ରୀ ଉଭୟଙ୍କ ଜନ୍ମଦିନରେ ସମାନ ପ୍ରକାର ଉପହାର ଦିଆଯାଉଛି।
ଜନ୍ମଦିନରେ କଣ୍ଡୋମ୍ ଉପହାର
/sambad/media/post_attachments/wp-content/uploads/2018/11/Condom.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)