ସୀମାରୁ ଧରାପଡ଼ିଲେ ୨ ପାକିସ୍ତାନୀ, ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ବୋଲି ନିଜେ କଲେ ସ୍ୱୀକାର

ଇସ୍‌ଲାମବାଦ୍‌: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ ସଂପୃକ୍ତି ଥିବା ୨ ଜଣ ପାକିସ୍ତାନୀ ନାଗରିକ ଅଗଷ୍ଟ ୨୧ ତାରିଖରେ ଭାରତୀୟ ସେନା ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଜଣଙ୍କୁ ଧରିବା ପରେ ବୁଧବାର ଚିନାର କର୍ପସ୍‌ର କମାଣ୍ଡର୍‌ ଲ୍ୟୁଟେନାଣ୍ଟ୍‌ ଜେନେରାଲ୍‌ କେଜିଏସ୍‌ ଢିଲୋଁ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ‘ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବା କଶ୍ମୀରରେ ଶାନ୍ତି ଓ ସଦ୍‌ଭାବକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା କିଛି ପାକିସ୍ତାନୀଙ୍କ ଉଦାହରଣ ଦେବାକୁ ଏଠାରେ ଏକତ୍ରିତ ହୋଇଛେ। ବିଶେଷ କରି ଅଗଷ୍ଟ ୫ ତାରିଖ ପରଠାରୁ ଏହା ଢେର୍‌ ବେଶି ବଢ଼ିଯାଇଛି।’

ସେ ଆହୁରି ବି କହିଛନ୍ତି ଯେ ‘ଅଗଷ୍ଟ ୨୧ ତାରିଖରେ ଆମେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ସମର୍ଥ ହୋଇଛୁ। ଲସ୍କର-ଇ-ତୋଏବାର ଏହି ଦୁଇ ଆତଙ୍କବାଦୀ ଭାରତୀୟ ସେନା ହାତରେ ଧରାପଡ଼ିଛନ୍ତି। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଘଟିବା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି।’

ଏହି ସାମ୍ବାଦିକ ସମ୍ମିଳନୀରେ ଢିଲୋଁ ଏକ ଭିଡିଓ ପ୍ଲେ କରୁଛନ୍ତି। ସେହି ଭିଡିଓରେ ୨ ଜଣ ଆତଙ୍କବାଦୀ ନିଜକୁ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ବୋଲି ନିଜେ ସ୍ୱୀକାର କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର