ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି। ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ ସ୍ବାମୀ ନାରାୟଣ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଛନ୍ତି ଜଙ୍ଗପୁରାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପ୍ରାର୍ଥୀ ମନୀଷ ସିସୋଦିଆ। ଅନେକ ଏକଜିଟ୍ ପୋଲ ବିଜେପି ପୁନରାଗମନକୁ ସୂଚାଇଥିବା ସତ୍ତ୍ୱେ ୫୩ ବର୍ଷୀୟ ସିସୋଦିଆ କିନ୍ତୁ ରାଜଧାନୀରେ ଆପ ହ୍ୟାଟ୍ରିକ୍ କରିବା ନେଇ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। 

Advertisment

ଗଣମାଧ୍ୟମରେ ମତ ରଖି ସିସୋଦିଆ କହିଛନ୍ତି, ‘‘ଆମେ ନିଶ୍ଚିତ ଯେ ଆପ ସରକାର ଗଠନ କରିବ। ଆମକୁ ଦିଲ୍ଲୀ ଏବଂ ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ଆହୁରି ବହୁତ କାମ କରିବାକୁ ବାକି ଅଛି।’’

ଆପ୍‌ ପ୍ରଥମ ଥର ପାଇଁ ୨୦୧୩ରେ ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ସେ ସମୟରେ ୨୮ଟି ଆସନ ଜିତି ମାତ୍ର ୪୯ ଦିନ ସରକାର ଚଳାଇଥିଲା। ୨୦୨୫ ନିର୍ବାଚନରେ ଦଳ ୬୭ଟି ଆସନ ଜିତି ରେକର୍ଡ କରିଥିଲା। ସେହିପରି ୨୦୨୦ ନିର୍ବାଚନରେ ଆପ୍‌ ୬୨ଟି ଆସନ ହାତେଇଥିଲା। 

୨୦୨୫ ଦିଲ୍ଲୀ ନିର୍ବାଚନର ଏକଜିଟ୍ ପୋଲ ଦର୍ଶାଉଛି ଯେ ବିଜେପି ରାଜଧାନୀ ଦିଲ୍ଲୀରେ କ୍ଷମତାକୁ ଆସିବାର ଏକ ଭଲ ସମ୍ଭାବନା ରହିଛି। ଅରବିନ୍ଦ କେଜରିୱାଲଙ୍କ ଆପ ସହରରେ ୧୦ ବର୍ଷ ଶାସନ କରିବା ପରେ ଏଥର ଶାସନ କ୍ଷମତା ହରାଇପାରେ।