ଠିକ ସମୟରେ ଭାରତକୁ ଏସ-୪୦୦ ଯୋଗାଇବୁ : ଋଷିଆ କମ୍ପାନି

ମସ୍କୋ : ଧାର୍ଯ୍ୟ ସମୟରେ ଭାରତକୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇବୁ ବୋଲି କହିଛି ଏହାକୁ ନିର୍ମାଣ କରୁଥିବା ଋଷୀୟ କମ୍ପାନି ଆଲମାଜ ଆଣ୍ଟେ ।

“ପୂର୍ବରୁ ଅନ୍ୟ ଗ୍ରାହକଙ୍କ ଅର୍ଡର ଥିବା ସତ୍ତ୍ୱେ ଓ ଉତ୍ପାଦନ କାମରେ କିଛିଟା ବିଳମ୍ବ ହୋଇଥିଲେ ମଧ୍ୟ ଆମେ ଯଥା ସମୟରେ ଏସ-୪୦୦ ଯୋଗାଇବୁ । ଆମର ଅତ୍ୟାଧୁନିକ ପ୍ର଼ଡକ୍ସନ ଲାଇନରୁ ଆମେ ଏହା କରିବାକୁ ସକ୍ଷମ ହେବୁ” କହିଛନ୍ତି ଆଲମାଜ ଆଣ୍ଟେର ଉପନିର୍ଦ୍ଦେଶକ ଇରିନା ଭୋଲୋକିଟିନା ।

ସୂଚନାଯୋଗ୍ୟ ଯେ ଏସ-୪୦୦ ଖରିଦକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ଏହାକୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ଗତ ବର୍ଷ ଭାରତ ଚୁକ୍ତି କରିଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର