ଯୁଦ୍ଧ ସଂକ୍ରାନ୍ତ ଗୋପନୀୟ ତଥ୍ୟ ସାର୍ବଜନୀନ ହେବ

ନୂଆଦିଲ୍ଲୀ: ଦେଶର ଯୁଦ୍ଧ ଇତିହାସ ଏବଂ ସାମରିକ ଅପରେସନ୍‌ ବାବଦରେ ସଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଗବେଷଣା ପାଇଁ ଉପଯୁକ୍ତ ଦସ୍ତାବିଜ ଉପଲବ୍ଧ କରାଇବାକୁ ଏବେ ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏ ବାବଦରେ ପୂର୍ବରୁ ଗୋପନୀୟ ଶ୍ରେଣୀରେ ରହିଥିବା ତଥ୍ୟକୁ ସାର୍ବଜନୀନ କରିବା ସଂକ୍ରାନ୍ତ ନୂଆ ନୀତିକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଂଜୁରି ଦେଇଛନ୍ତି। ପୂର୍ବରୁ ଯେଉଁ ତଥ୍ୟ ସଂରକ୍ଷଣ, ଗୋପନୀୟ ନୀତି ଏବଂ ତଥ୍ୟ ପ୍ରଦାନର ନିୟମାବଳୀ ରହିଥିଲା ସେଥିରେ ବଡ଼ ପରିବର୍ତ୍ତନ ଅଣାଯାଇଛି।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ଯୁଦ୍ଧଜାହାଜ ବୁଡ଼ିବା ଏବଂ ୧୯୯୯ କାର୍ଗିଲ ଯୁଦ୍ଧ ସମୟର କେତେକ ଅପରେସନକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିବା ବେଳେ ସରକାରଙ୍କ ଏ ବାବଦରେ ନିଷ୍ପତ୍ତି ଅନେକ ସନ୍ଦେହ ଦୂର କରିବ ବୋଲି କୁହାଯାଉଛି । ତେବେ ୧୯୬୨ରେ ଭାରତ-ଚୀନ୍‌ ଯୁଦ୍ଧରେ ଭାରତର ପରାଜୟ ପଛରେ ରହିଥିବା କାରଣ ନେଇ ହେଣ୍ଡେରସନ୍‌ ବୁକ୍‌ସ-ଭଗତ ରିପୋର୍ଟ ପ୍ରଘଟ କରାଯିବ କି ନାହିଁ ସେ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର