ନୂଆଦିଲ୍ଲୀ : ଏକ ଗୋପନୀୟ ଆଇନଗତ ଜଟିଳତା ଯୋଗୁଁ ଭାରତକୁ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବିତ ହେଉଛି ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।
ସେ କହିଛନ୍ତି ଯେ, ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନେଇ କୋର୍ଟରେ ଚାଲିଥିବା ମାମଲା ଶେଷ ହୋଇଯାଇଛି । ତେବେ ଏକ ଗୋପନୀୟ ଆଇନଗତ ଜଟିଳତା ଯୋଗୁଁ ପ୍ରତ୍ୟାର୍ପଣ ବିଳମ୍ବିତ ହେଉଛି । ଏଣୁ କେବେ ତାଙ୍କର ପ୍ରତ୍ୟାର୍ପଣ ହେବ ତାହା କହିହେବ ନାହିଁ । ତେବେ ଭାରତୀୟ ଅଧିକାରୀମାନେ ଏହି ପ୍ରସଙ୍ଗରେ ବ୍ରିଟିଶ ଅଧିକାରୀମାନଙ୍କ ସହ ଉଦ୍ୟମ ଚଳାଇଛନ୍ତି ଓ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ବାହାରିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେବାଳିଆ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରି ମାଲ୍ୟା ଭାରତରୁ ଫେରାର ହୋଇଯାଇଥିଲା । ଏହାପରେ ବ୍ୟାଙ୍କମାନେ ସିବିଆଇ ଓ ଇଡିରେ ଅଭିଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/mallya.jpg)