୨୦୨୭ ସୁଦ୍ଧା ଟ୍ରେନ୍‌ରେ ସବୁ ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ!

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି | ତେବେ ବେଳେବେଳେ କନଫର୍ମ ଟିକେଟ ମିଳିନଥାଏ | ଟିକେଟ ୱେଟିଂ ତାଲିକାରେ ରହିଥାଏ ଓ ଏହି କାରଣରୁ ଅଧିକାଂଶ ଯାତ୍ରୀ ବାଧ୍ୟ ହୋଇ ଟିକେଟ ବାତିଲ କରନ୍ତି | ବିଶେଷକରି ପର୍ବପର୍ବାଣି ସମୟରେ ଅଧିକାଂଶ ଲୋକ ନିଜ ଘରକୁ ଯିବାକୁ ଟ୍ରେନ ଉପରେ ଯଦିଓ ନିର୍ଭର କରନ୍ତି କିନ୍ତୁ ଟିକେଟ ମିଳିନଥାଏ | ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ଏବେ ବିସ୍ତୃତ ଯୋଜନା କରୁଛି | ଆଉ ଯୋଜନା ମୁତାବକ ଯଦି କାର୍ଯ୍ୟ ହୁଏ ତେବେ ପ୍ରତ୍ୟେକ ରେଳ ଯାତ୍ରୀ ୨୦୨୭ ସୁଦ୍ଧା କନଫର୍ମ ଟିକେଟ ପାଇବେ | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯାତ୍ରୀ ଭିଡ ସହ କିଭଳି ସମସ୍ତେ ନିଶ୍ଚିତ ଟିକେଟ ପାଇପାରିବେ ସେଥିପାଇଁ ରେଳବାଇ ଯୋଜନା କରୁଛି | ଏଥିପାଇଁ ପ୍ରତିବର୍ଷ ନୂଆ ଧାରଣା ବିଛାଯିବ |

ପ୍ରତିବର୍ଷ ୪୦୦୦-୫୦୦୦ କିଲୋମିଟର ଟ୍ରାକର ନେଟୱାର୍କ ବିଛାଯିବ | ବର୍ତ୍ତମାନ ପ୍ରତ୍ୟେକ ଦିନ ୧୦୭୪୮ ଟ୍ରେନ୍ ଚାଲୁଥିବାବେଳେ ଏହାକୁ ପ୍ରତିଦିନ ୧୩୦୦୦ ଟ୍ରେନରେ ବୃଦ୍ଧି କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୩-୪ ବର୍ଷ ମଧ୍ୟରେ ଟ୍ରାକରେ ୩୦୦୦ ନୂତନ ଟ୍ରେନ୍ ଲଞ୍ଚ କରିବାର ଯୋଜନା ରହିଛି ବୋଲି ସୂତ୍ରରୁ ଜଣାପଡିଛି | ପ୍ରତିବର୍ଷ ପ୍ରାୟ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି | ଆଉ ରେଳବାଇ ଯୋଜନା କରିଛି ଯେ ଯାତ୍ରୀଙ୍କ କ୍ଷମତାକୁ ୧୦୦୦ କୋଟିକୁ ବୃଦ୍ଧି କରିବା | ଯାତ୍ରା ସମୟ ହ୍ରାସ କରିବା ପାଇଁ ରେଳବାଇ ମଧ୍ୟ କାର୍ଯ୍ୟ କରୁଛି, ଯେଉଁଥିରେ ଅଧିକ ଧାରଣା ବିଛାଇବା ସହ ଟ୍ରେନର ବେଗ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ, ପ୍ରତିବର୍ଷ ପ୍ରାୟ ୨୨୫ଟି ଏମିତି ଟ୍ରେନ୍ ନିର୍ମାଣ କରାଯାଉଛି ଯେଉଁଥିରେ ପୁସ୍ ପଲ୍ ଟେକ୍ନୋଲୋଜି ବ୍ୟବହାର କରାଯାଉଛି |

ସମ୍ବନ୍ଧିତ ଖବର