ଚିତୋରଗଡ଼: ସମ୍ପତ୍ତି ପାଇଁ ଶ୍ଵଶୁରଙ୍କ ମୃତଦେହକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଝଗଡା | ଅନ୍ତିମ ସଂସ୍କାର କିଏ କରିବ, ତାହାକୁ ନେଇ ମେଡିକାଲ ପରିସରରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ ଶେଷରେ ପୁଲିସ ଓ ମାଜିଷ୍ଟ୍ରେଟ ଆସି ବିବାଦର ସମାଧାନ କରିଥିଲେ | ରାଜସ୍ଥାନର ଚିତୋରଗଡ଼ରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା କାରଣରୁ ଏହି ଅଂଚଳର ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା |

Advertisment

publive-image Photo-Zeenews

ଏହା ପରେ ମୃତଦେହ ନେବାକୁ ବଡ ବୋହୂ ଓ ସାନ ବୋହୂ ଆସି ପହଁଚିଯାଇଥିଲେ | ବଡ ବୋହୂକୁ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିବାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ ସାନ ବୋହୂ ଆପତ୍ତି ପ୍ରକାଶ କରିଥିଲେ | ଶ୍ଵଶୁରଙ୍କ ଉପରେ କେବଳ ତାଙ୍କର ହକ ବୋଲି ରୋକଠୋକ ଶୁଣାଇଦେଇଥିଲେ | ସାନ ବୋହୂ ମେଡିକାଲ ପରିସରରେ ହଙ୍ଗାମା କରିଥିବା ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା |

ଏଥିରୁ ଜଣାପଡିଥିଲା ଯେ ମୃତକଙ୍କ ବଡ ବୋହୂ ଦୀର୍ଘ ୧୦ ବର୍ଷ ଧରି ଶ୍ଵଶୁରଙ୍କ ସେବା ଶୁଶ୍ରୁଷା କରି ଆସୁଥିଲା | ସାନ ବୋହୂ ଏଥିରେ କୌଣସି ସହଯୋଗ କରିନଥିଲେ | କିନ୍ତୁ ଶ୍ଵଶୁରଙ୍କ ମୃତ୍ୟୁ ପରେ କିଭଳି ସମ୍ପତ୍ତି ମିଳିପାରିବ ସେ ନେଇ ସାନ ବୋହୂ ଯୋଜନା ଆରମ୍ଭ କରିଥିଲେ | ଶ୍ଵଶୁରଙ୍କ ଅନ୍ତିମ ସଂସ୍କାର କରିବାକୁ ଜିଦ କରି ମେଡିକାଲ ପରିସରରେ ହଙ୍ଗାମା କରିଥିଲେ | ଏହି ଘଟଣା ଜଣାପଡିବା ପରେ ବଡ ବୋହୂକୁ ଶ୍ଵଶୁରଙ୍କ ଅନ୍ତିମ ସଂସ୍କାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା |