ବ୍ୟାଙ୍କ ଆକାଉଣ୍ଟକୁ ମୋଦୀ ପଠାଇଲେ ଟଙ୍କା !

ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡରେ ଜଣେ ବ୍ୟକ୍ତି ମୋଦୀଙ୍କ ଭାଷଣରେ ଏତେ ମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ଯେ ଯେଉଁଥିପାଇଁ ସେ ଅନ୍ୟକୁ ଅସୁବିଧାରେ ପକାଇଛନ୍ତି | ମିଳିଥିବା ସୂଚନା ମୁତାବକ ଭିଣ୍ଡର ଆଲାମପୁରରେ ଥିବା ଏସବିଆଇ(ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ)ର ଏକ ଶାଖା ରହିଛି | ୨୦୧୬ ମସିହାରେ ଗୁପଚୁପ ବ୍ୟବସାୟୀ ହୁକୁମ ସିଂ କୁଶବାହା ଏକ ଆକାଉଣ୍ଟ ଖୋଲିଥିଲେ | ଠିକ ଏହାର ଦୁଇ ବର୍ଷ ପରେ ସେହି ଶାଖାରେ ହୁକୁମ ସିଂ ବଘେଲ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆକାଉଣ୍ଟଟିଏ ଖୋଲିଥିଲେ | କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କୁ ସମାନ ଆକାଉଣ୍ଟ ନମ୍ବର ଦିଆଯାଇଥିଲା | ଗୁପଚୁପ ବିକି ଯାହା କିଛି ସଂଚୟ ହୁଏ ସେହି ଅର୍ଥକୁ ହୁକୁମ କୁଶବାହା ଏହି ଆକାଉଣ୍ଟରେ ଜମା କରିଦେଉଥିଲେ |

Photo-Zee news

ଅନ୍ୟପଟେ ହୁକୁମ ବଘେଲ ପ୍ରତି ମାସ ଏହି ଟଙ୍କାକୁ ଉଠାଇନେଉଥିଲେ | ଏକ ଜମି କିଣିବାକୁ ଟଙ୍କା ଆବଶ୍ୟକ ହେବାରୁ ଅକ୍ଟୋବର ୧୬ ତାରିଖ ଦିନ ହୁକୁମ କୁଶବାହା ଯେତେବେଳେ ବ୍ୟାଙ୍କ ଯାଇ ନିଜ ଆକାଉଣ୍ଟ ଯାଞ୍ଚ କରିଥିଲେ ସେତେବେଳେ ହତବାକ ହୋଇଯାଇଥିଲେ | କାରଣ ସେ ୧ ଲକ୍ଷ ୪୦ ହଜାର ଟଙ୍କା ଜମା କରିଥିବାବେଳେ ମାତ୍ର ୩୫ ହଜାର ଟଙ୍କା ହିଁ ଥିଲା | ଅନ୍ୟପଟେ ଯେତେବେଳେ ତଦନ୍ତ କରାଯାଇଥିଲା ହୁକୁମ ସିଂ ବଘେଲ ଏହି ଟଙ୍କା ଉଠାଇଥିବାର ସ୍ୱୀକାର କରିଥିଲେ |

ତେବେ ହୁକୁମ ସିଂ ବଘେଲ କହିଥିଲେ ଯେ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢି ଖର୍ଚ୍ଚ କରିଛନ୍ତି | ତାଙ୍କୁ ଲାଗିଥିଲା ଯେ ମୋଦୀଙ୍କ ତାଙ୍କ ଭାଷଣରେ ଆକାଉଣ୍ଟରେ ଟଙ୍କା ଜମା କରିବା କଥା ଶୁଣିଥିଲେ | ବୋଧେ ମୋଦୀ ସରକାର ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇଛନ୍ତି ବୋଲି ଭାବି ସେ ଏହି ଟଙ୍କାକୁ ଖର୍ଚ୍ଚ କରିଦେଇଛନ୍ତି | ଏହି ଘଟଣା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ନିଜ ଭୁଲ ସ୍ୱୀକାର କରି ହୁକୁମ କୁଶବାହାଙ୍କୁ ତାଙ୍କ ଟଙ୍କା ଫେରାଇବାର ପ୍ରତିଶୃତି ଦିଆଯାଇଛି | ଏଠାରେ ସୂଚନା ଥାଉ କି ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦୀ ଏକ ସଭାରେ କହିଥିଲେ ଯେ ସରକାର ହେଲେ ବିଦେଶରେ ଗଛିତ ଥିବା କଳା ଧନ ଆଣି ଗରିବଙ୍କ ଆକାଉଣ୍ଟ ପିଛା ୧୫ ଲକ୍ଷ ଟଙ୍କା ଜମା କରିଦିଆଯିବ |

ସମ୍ବନ୍ଧିତ ଖବର