ନୂଆଦିଲ୍ଲୀ: ୨୦୧୫ ମସିହାରେ ବ୍ରହ୍ମାଣ୍ଡ ସୁନ୍ଦରୀ(ମିସ୍ ୟୁନିଭର୍ସ) ଘୋଷଣା ସମୟରେ ଯେଉଁ ଭଳି ଏକ ଦ୍ୱନ୍ଦ୍ୱ ଉପୁଜିଥିଲା, ସେହିଭଳି ଏକ ଦ୍ୱନ୍ଦ୍ୱ ଚଳିତବର୍ଷ ବିଶ୍ୱ ସୁନ୍ଦରୀ(ମିସ୍ ଓ୍ଵାର୍ଲଡ) ଘୋଷଣା ହେବା ପରେ ଦେଖିବାକୁ ମିଳିଛି। ବିଶ୍ୱ ସୁନ୍ଦରୀ ଭାବେ ଭାରତୀୟ ମହିଳା ମାନୁଷୀ ଚିଲରଙ୍କ ନାମ ଘୋଷଣା କରାଯାଇଥିଲା। ଏକଥା ଆପଣ ନିଶ୍ଚୟ ଜାଣିଥିବେ ଯେ ବିଶ୍ୱ ସୁନ୍ଦରୀ ବଛା ହେବା ସଙ୍ଗେ ୨ ଜଣ ରନର୍ସ-ଅପ୍ ବି ବଛା ହୋଇଥାନ୍ତି। ଏଥରର ଦ୍ୱନ୍ଦ୍ୱ ବିଶ୍ୱ ସୁନ୍ଦରୀଙ୍କୁ ନେଇ ନୁହେଁ, ବରଂ ରନର୍ସ-ଅପ୍ଙ୍କୁ ନେଇ।
ମିସ୍ ଓ୍ଵାର୍ଲଡଙ୍କ ନାମ ଘୋଷଣା ହେବା ପରେ ମିସ୍ ଓ୍ଵାର୍ଲଡର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ବିଶ୍ୱ ସୁନ୍ଦରୀଙ୍କ ବ୍ୟତୀତ ରନର୍ସ-ଅପ୍ଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଥିଲା। ସେଠାରେ ଲେଖାଯାଇଥିଲା, ପ୍ରଥମ ରନର୍ସ-ଅପ୍ ମିସ୍ ଇଂଲଣ୍ଡ୍ ଏବଂ ଦ୍ୱିତୀୟ ରନର୍ସ-ଅପ୍ ମିସ୍ ମେକ୍ସିକୋ। ମାତ୍ର ବାସ୍ତବରେ କଥାଟି ସଂପୂର୍ଣ୍ଣ ଓଲଟା। ପ୍ରଥମ ରନର୍ସ-ଅପ୍ ଥିଲେ ମିସ୍ ମାକ୍ସିକୋ ଏବଂ ଦ୍ୱିତୀୟରେ ଥିଲେ ମିସ୍ ଇଂଲଣ୍ଡ।
ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ମିସ୍ ୟୁନିଭର୍ସ ଭାବେ ପ୍ରଥମେ କଲମ୍ବିଆ ଘୋଷଣା କରାଯାଇଥିଲା। ପରେ ଏହି ତ୍ରୁଟି ପାଇଁ ଆଙ୍କର୍ କ୍ଷମା ମାଗିବା ସହ ବାସ୍ତବ ବିଜୟିନୀ ମିସ୍ ଫିଲିଫିନ୍ଙ୍କ ନାମ ନିଆଯାଇଥିଲା। ଯଦିଓ ମିସ୍ କଲୋମ୍ବିଆ ଥିଲେ ରନର୍ସ-ଅପ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/1511025073-miss_world_runner_1.jpg)