ଗାନ୍ଧୀନଗର: ଗୁଜୁରାଟର କଂଗ୍ରେସ ବିଧାୟକ ବିମଲ ଚୁଡାସାମା ଏକ ଟି-ସାର୍ଟ ପରିଧାନ କରି ବିଧାନସଭାକୁ ଆସିବା ଘଟଣାକୁ କେନ୍ଦ୍ର କରି ଗୁଜୁରାଟର ରାଜନୀତି ଏବେ ସରଗରମ ହୋଇପଡ଼ିଛି। କଂଗ୍ରେସ ବିଧାୟକ ବିମଲ ଚୁଡାସାମା ସୋମବାର ଦିନ ଏକ ଏକ ଟି-ସାର୍ଟ ପରିଧାନ କରି ବିଧାନସଭାକୁ ଆସିଥିଲେ। ତେବେ, ବିଧାୟକଙ୍କର ଏ ଧରଣର ପୋଷାକ ପରିଧାନ ବିଧାନସଭା ଗୃହ ମଧ୍ୟରେ ଗ୍ରହଣଯୋଗ୍ୟ ନ ଥିବା ଦର୍ଶାଇ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ତାଙ୍କୁ ଗୃହ ମଧ୍ୟରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ, ବାଚସ୍ପତିଙ୍କର ଏ ନିର୍ଦ୍ଦେଶକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଚୁଡ଼ାସାମା। ସେ କହିଥିଲେ ଯେ ବିଧାୟକମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ନାହିଁ। ଚୁଡାସାମା ବାଚସ୍ପତିଙ୍କୁ କହଥିଲେ ଯେ ମୁଁ ଟି-ସାର୍ଟ ପିନ୍ଧି ଭୋଟ୍ ମାଗିଥିଲି ଏବଂ ନିର୍ବାଚନରେ ଜିତିଥିଲି। ଆପଣ ଏବେ ମୋର ଓ ମୋ ଭୋଟରମାନଙ୍କର ଅସମ୍ମାନ କରୁଛନ୍ତି। ଏହାପରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟରେ ଏକଜୁଟ ହୋଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରବା ସହ ହଟ୍ଟଗୋଳ କରିଥିଲେ। କିନ୍ତୁ, ବିଚସ୍ପତି ତାଙ୍କ ନିଷ୍ପତ୍ତିରେ ଅଟଳ ରହିବାରୁ କଂଗ୍ରେସ ବିଧାୟକ ଗୃହରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। ଫଳରେ ବିଧାନସଭାର ମାର୍ଶଲଙ୍କୁ ଲଗାଇ ବାଚସ୍ପତି କଂଗ୍ରେସ ବିଧାୟକ ବିମଲ ଚୁଡାସାମାଙ୍କୁ ଗୃହରୁ ବିତାଡ଼ିତ କରିଥିଲେ।
ଏହି ଘଟଣାରେ ବିଜେପି ବିଧାୟକମାନେ କଂଗ୍ରେସ ବିଧାୟକ ଚୁଡାସାମାଙ୍କୁ ବିଧାନସଭାରୁ ନିଲମ୍ବନ କରିବାକୁ ଦାବି କରିଥିବାବେଳେ ଗୃହମନ୍ତ୍ରୀ ପ୍ରଦୀପସିନ୍ ଜାଡେଜା ବିଧାୟକ ଚୁଡ଼ାସାମାଙ୍କ ନିଲମ୍ବନ ପାଇଁ ଏକ ସଂକଳ୍ପ ଗୃହରେ ଆଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bidhan-sabha-gujurat-16_Thumb.jpg)