ମୋଦୀ ସରକାରଙ୍କ ଏହା ଏକ ଜୁମଲା ପ୍ୟାକେଜ୍ : କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ କଂଗ୍ରେସ ସମାଲୋଚନା କରିଛି । ଏହା ମୋଦୀ ସରକାରଙ୍କ ଏକ ଜୁମଲା (ଫମ୍ପା) ପ୍ୟାକେଜ ବୋଲି କହିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ଡିଜିପିର ୧୦ ପ୍ରତିଶତ ପ୍ୟାକେଜ ଆକାରରେ ପ୍ରଦାନ ପାଇଁ ଘୋଷଣା କଲେ ସେତେବେଳେ ଲାଗୁଥିଲା ଯେ ଏହାକୁ ନେଇ ସିରିୟସ ଅଛନ୍ତି । ଏହି ପ୍ୟାକେଜର ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ କେତେକ ଭଲ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ନିରାଶ କରିଛି ।

ସେହିପରି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯେଓ୍ୱାଲା କହିଛନ୍ତି ଯେ ନିର୍ମଳାଙ୍କ ଘୋଷଣା ଏକ ଜୁମଲା ପ୍ୟାକେଜ ଛଡ଼ା ଆଉ କିଛି ନୁହେଁ ।
ଅନ୍ୟପକ୍ଷରେ କଂଗ୍ରେସ ନେତା ଅହମଦ ପଟେଲ କହିଛନ୍ତି ଯେ ଏହା ଅନେକ ମିଠା ମିଠା ଭାଷଣ ଥିବା ଏକ ଫମ୍ପା ପ୍ୟାକେଜ ।
କଂଗ୍ରେସ ନେତା ମନିଷ ତିଓ୍ୱାରୀ କହିଛନ୍ତି ଯେ ରାସ୍ତାରେ ଚାଲୁଥିବା ପ୍ରବାସୀ ଶ୍ରମିକ ଯେପରି ସୁରକ୍ଷିତ ଘରକୁ ଫେରିପାରିବେ ସେ ସଂପର୍କରେ ସରକାର କିଛି କହିନାହାନ୍ତି ।

ସମ୍ବନ୍ଧିତ ଖବର