କିଏ ହେବ କଂଗ୍ରେସର ନୂଆ ସଭାପତି ?

ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ସଭାପତି ? ଏହି ପ୍ରଶ୍ନ ଏବେ ସାରା ଦେଶର ରାଜନୈତିକ ବିଶ୍ଳେଷକଙ୍କୁ ଆନ୍ଦୋଳିତ କରିଚାଲିଛି । ବର୍ତ୍ତମାନର ସ୍ଥିତି ଅନୁସାରେ ସଭାପତି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସାଂସଦ ଶଶୀ ଥରୁରଙ୍କ ମଧ୍ୟରେ ହୋଇପାରେ । ରାହୁଲ ଗାନ୍ଧି ଏ ପର୍ଯ୍ୟନ୍ତ ନିଜର ନିଷ୍ପତ୍ତି ଜଣାଇନଥିବାରୁ, ଏହି ଦୁହିଁଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି ।

ତେବେ କଂଗ୍ରେସ କର୍ମୀମାନଙ୍କର ଏକ  ବଡ଼ ଭାଗ ତଥାପି ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ସେମାନଙ୍କୁ ନେତୃତ୍ୱ ଦିଅନ୍ତୁ ଏବଂ ଦଳର ଅନେକ ରାଜ୍ୟ ୟୁନିଟ୍ ଏ ନେଇ ସଂକଳ୍ପ ପାରିତ କରିଛନ୍ତି ।

ଦଳର ସୂତ୍ର ଅନୁଯାୟୀ ଅଶୋକ ଗେହଲୋଟଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ରହିଛି । କଂଗ୍ରେସର ଏହି ଭେଟେରାନ ନେତା ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ବସ୍ତ ଭାବେ ଜଣାଶୁଣା । ସେହିପରି ସଭାପତି ନିର୍ବାଚନ ଲଢିବାକୁ ଥରୁରଙ୍କୁ ସୋନିଆ ଅନୁମତି ଦେଇସାରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗେହଲୋଟ୍ ବୁଧବାର ଦିନ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏବଂ ପରେ ଭାରତ ଯୋଡ ଯାତ୍ରା ପାଇଁ କୋଚିରେ ରାହୁଲ ଗାନ୍ଧୀଙ୍କ ସହ ଯୋଗଦେବେ । ରାଜସ୍ଥାନରେ ଗେହଲୋଟଙ୍କ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ ଏବେ କୋଚିରେ ରାହୁଲଙ୍କ ସହ ଯୋଗ ଦେଇଛନ୍ତି ।

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ଗ୍ରହଣ ହେବ । ଅକ୍ଟୋବର ୧୯ରେ ଭୋଟ ଗଣତି ହେବ।

 

ସମ୍ବନ୍ଧିତ ଖବର