ଆଭ୍ୟନ୍ତରୀଣ ନିର୍ବାଚନ ଜରିଆରେ ନେତା ନିର୍ବାଚନ ନକଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ଆସି ପାରିବନି କଂଗ୍ରେସ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସ ଯଦି ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସମ୍ମାନ ଦେଇ ନିଜର ଶୀର୍ଷ ନେତାଙ୍କୁ ନିର୍ବାଚନ ଜରିଆରେ ନିର୍ବଚିତ ନ କରେ ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସି ରହିଥିବ ଏବଂ କେବେ ବି କ୍ଷମତାକୁ ଆସି ପାରିବ ନାହିଁ। କେବଳ ମାତ୍ର ଦଳର ଶୀର୍ଷ ନେତା ନୁହନ୍ତି ଦଳର ବିଭିନ୍ନ ପଦ ପଦବୀରେ ରହି ଦଳକୁ ମାର୍ଗଦର୍ଶନ ଦେଉଥିବା ନେତାମାନଙ୍କୁ ମଧ୍ୟ ନିର୍ବାଚିତ କରାଯିବାର ଆବଶ୍ୟକତା ରହିଛି ବୋଲି ଆଜି କହିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ।

ଦଳରେ ପରିବର୍ତ୍ତନ ଆଣିବାକୁ ଆହ୍ଵାନ ଦେଇଥିବା ୨୩ ଜଣ ବରିଷ୍ଠ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିବା ଗୁଲାମ ନବୀ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ନିର୍ବାଚନକୁ ବିରୋଧ କରୁଥିବା ବ୍ୟକ୍ତି ସେମାନଙ୍କ ପଦ ହରାଇବାକୁ ଭୟ କରୁଛନ୍ତି। ଏବଂ ନିର୍ବାଚନ ବଦଳରେ ମନୋନୀତ ହେଉଥିବା ଶୀର୍ଷ ନେତାମାନଙ୍କ ପ୍ରତି ଦଳର ତୃଣମୂଳ ସ୍ତରର କର୍ମୀ ଓ କାର୍ଯ୍ୟକର୍ତ୍ତାମାନଙ୍କର ସମର୍ଥନ ରହୁନାହିଁ। ଏହି କାରଣ ପାଇଁ, ଯଦି ନିର୍ବାଚନ ହୁଏ ତେବେ ସେମାନେ ସେମାନଙ୍କର ସ୍ଥିତି ହରାଇବେ। ଆଉ ଆଭ୍ୟନ୍ତରୀଣ ନିର୍ବାଚନ ନ କରାଇ ଦଳ ଯଦି ଏପରି ନେତାମାନଙ୍କୁ ଧରି ଚାଲେ ଯଦି ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଦଳ କ୍ଷମତାକୁ ଆସିପାରିବ ନାହିଁ ଏବଂ ବିରୋଧୀ ଦଳରେ ବସିବ ବୋଲି ଆଜାଦ କହିଛନ୍ତି।

ସମ୍ବନ୍ଧିତ ଖବର