ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଜୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।
ରାହୁଲ ଗାନ୍ଧି, କଂଗ୍ରେସ ‌ସାଂସଦ

ଦ୍ରୌପଦୀ ମୁର୍ମୁ ଲୋକଙ୍କ ଆଶା ଓ ଆକାଙ୍‌କ୍ଷା ପାଇଁ ସ୍ବର ଉଠାଇବା ସହିତ ସେମାନଙ୍କ ଅଭିଯୋଗ ଶୁଣିଥାନ୍ତି ଓ ସମାଧାନ କରିଥାନ୍ତି।
ଓମ୍‌ ବିର୍ଲା, ବାଚସ୍ପତି, ଲୋକସଭା

ମୁର୍ମୁଙ୍କ ବିଜୟ ସମୁଦାୟ ଆଦିବାସୀ ସମାଜ ପାଇଁ ଉପଯୁକ୍ତ ସ୍ବୀକୃତି।
କିରଣ ରିଜିଜୁ, କେନ୍ଦ୍ର ଆଇନମନ୍ତ୍ରୀ

ରାଷ୍ଟ୍ରପତି ନିର୍ବାଚନରେ ପ୍ରଭାବଶାଳୀ ବିଜୟ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା। ସେ ଗାଁ, ଗରିବ, ଉପେକ୍ଷିତ ବର୍ଗଙ୍କ ସମେତ ବସ୍ତି ବାସିନ୍ଦାଙ୍କ କଲ୍ୟାଣ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ଏବେ ସେ ସେମାନଙ୍କ ଭିତରୁ ବାହାରି ସମ୍ବିଧାନର ସର୍ବୋଚ୍ଚ ପଦରେ ପହଞ୍ଚି ପାରିଛନ୍ତି। ଏହା ଭାରତୀୟ ଗଣତନ୍ତ୍ରର ତାକତର ଏକ ପ୍ରମାଣ।
ରାଜନାଥ ସିଂହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ଶୋଷିତ ଓ ଅତି ପଛୁଆ ଆଦିବାସୀ ସମାଜର ମହିଳା ଦ୍ରୌପଦୀ ମୁର୍ମୁ ବହୁମତରେ ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସେ ଜଣେ କୁଶଳ ଓ ସଫଳ ରାଷ୍ଟ୍ରପତି ଭାବେ ସାବ୍ୟସ୍ତ ହେବେ ବୋଲି ଦେଶ ଆଶା କରୁଛି।
ମାୟାବତୀ, ବିଏସ୍‌ପି ସୁପ୍ରିମୋ

ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ବାସ୍ତବ ଓ ଅନ୍ତର୍ଭୁକ୍ତୀକରଣ ଭାରତର ପ୍ରତୀକ। ଆଜିର ଦିନଟି ଭାରତୀୟ ଗଣତନ୍ତ୍ର ପାଇଁ ଏକ ମହତ୍ବପୂର୍ଣ୍ଣ ଦିନ।
ଏସ୍‌ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

ଦେଶର ଇତିହାସରେ ଆଜିର ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ‌ଦ୍ରୌପଦୀ ମୁର୍ମୁଙ୍କୁ ମୁଁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଆମ ଦେଶ ଓ ଆଦିବାସୀ ସମୁଦାୟର ଉନ୍ନତି କରିଛନ୍ତ୍ି। ସମାଜର ପ୍ରତ୍ୟେକ ବର୍ଗ ଅନ୍ତର୍ଭୁକ୍ତୀକରଣ ଓ ସୁଯୋଗର ଉପସ୍ଥିତି ଅନୁଭବ କରୁଛନ୍ତି।
ପୀୟୂଷ ଗୋୟଲ, କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ

ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼ି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବିରେ ପହଞ୍ଚି ପାରିଛନ୍ତି।
ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ

ଭାରତର ଲୋକଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ।
ହିମନ୍ତ ବିଶ୍ବଶର୍ମା, ଆସାମ ମୁଖ୍ୟମନ୍ତ୍ରୀ

ନବ ନିର୍ବାଚିତ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଉଛି। ଦେଶ ଯେତେବେଳେ ଏକାଧିକ ମତଭେଦରେ କବଳିତ ହୋଇଛି ସେତେବେଳେ ଦେଶ ମୁଖ୍ୟ ଭାବେ ଆମ ସମ୍ବିଧାନର ଆଦର୍ଶକୁ ସୁରକ୍ଷା ଦେବେ ଏବଂ ଗଣତନ୍ତ୍ରର ରକ୍ଷକ ‌ହେବେ ବୋଲି ଦେଶ ନି‌ଷ୍ଠାର ସହ ଆପଣଙ୍କ ଠାରୁ ଆଶା ରଖିଛି।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆଦରଣୀୟ ଦ୍ରୌପଦୀ ମୁର୍ମୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର