ଅତ୍ୟନ୍ତ ସଫଳ ରାଷ୍ଟ୍ରପତି ସାବ୍ୟସ୍ତ ହେବେ
ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ରୌପଦୀ ରହୁଥିବା ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ମୁର୍ମୁ ଜଣେ ଅତ୍ୟନ୍ତ ସଫଳ ରାଷ୍ଟ୍ରପତି ସାବ୍ୟସ୍ତ ହେବେ ଏବଂ ତାଙ୍କ ନେତୃତ୍ବରେ ଭାରତର ବିକାଶ ଯାତ୍ରା ଅଧିକ ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଭାବେ ମୁର୍ମୁଙ୍କ ବିଜୟ ସହ ଭାରତ ଇତିହାସ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2022/07/naveen.jpg)
ପ୍ରତି ଓଡ଼ିଆଙ୍କ ପାଇଁ ଗୌରବର ମୁହୂର୍ତ୍ତ
ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ଯେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ସେ ନିର୍ବାଚିତ ହୋଇଥିବାରୁ ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତୀକରଣର ଏକ ଉଜ୍ଜ୍ୱଳ ଉଦାହରଣ। ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା।
/sambad/media/post_attachments/wp-content/uploads/2022/07/dharmendra-1.jpg)
ଜନଜାତି ଓ ସାଧାରଣ ନାଗରିକଙ୍କ ବିଜୟ ହୋଇଛି
ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି, ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ଆଶା, ପ୍ରତିବଦ୍ଧତା ଏବଂ ଏକ ସଶକ୍ତ ଭାରତ ଓ ସୁଦୃଢ ଗଣତନ୍ତ୍ରରୁ ପ୍ରତିନିଧିତ୍ବ କରୁଛନ୍ତି। ତାଙ୍କର ବିଜୟ ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଜନଜାତି ସମୁଦାୟ ଏବଂ ଦେଶର ସାଧାରଣ ନାଗରିକଙ୍କ ବିଜୟ। ତାଙ୍କର ବିଜୟ ମହିଳା ସଶକ୍ତୀକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ବ, ବହୁସଂଖ୍ୟକ ଏବଂ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଗୌରବ ଶ୍ରୀମତୀ ମୁର୍ମୁଙ୍କ ବିଜୟ ମୋତେ ବ୍ୟକ୍ତିଗତ ଭାବେ ବହୁତ ଆନନ୍ଦ ଦେଇଛି। ସାଧାରଣ ପରିବାରରୁ ଆସିଥିବା ଶ୍ରୀମତୀ ମୁର୍ମୁଙ୍କ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନର ଯାତ୍ରା ସମସ୍ତଙ୍କୁ ପ୍ରେରିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/modi-3.jpg)