ଭାରତ ପାଇଁ ଐତିହାସିକ ଦିନ : ମୋଦୀ

ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଶୁଭେଚ୍ଛାର ସୁଅ

ଭୁବନେଶ୍ବର : ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀଯାଏ ଉତ୍ସବ ମୁଖର ହୋଇଉଠିଛି । ସବୁ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାରୁ ସୁଅ ଛୁଟିଛି ।

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଲେଖିଛନ୍ତି, ଯେ ଭାରତରେ ଆଜି ଇତିହାସ ସୃଷ୍ଟି ହୋଇଛି । ଭାରତର ଜନତା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବେଳେ ପୂର୍ବ ଭାରତର ଏକ ଦୁର୍ଗମ ଅଂଚଳରେ ଏକ ଆଦିବାସୀ ପରିବାରରେ  ଜନ୍ମିତ ଭାରତର ଜଣେ ଝିଅ ଆମର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଏହି ସଫଳତା ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।

 

ଆଉ ଏକ ଟୁଇଟରେ ସେ ଲେଖିଛନ୍ତି ଯେ ଶ୍ରୀମତୀ ମୁର୍ମୁଙ୍କ ସଂଘର୍ଷଭରା ଜୀବନ ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା । ଜଣେ ବିଧାୟକ ଭାବେ ଓ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ଉଲ୍ଲେଖନୀୟ ଥିଲା । ମୁଁ ନିଶ୍ଚିତ ଯେ ସେ ଜଣେ ଭଲ ରାଷ୍ଟ୍ରପତି ହେବେ ଓ ଭାରତର ବିକାଶ ଯାତ୍ରାକୁ ଦୃଢ କରିବେ ।

 

କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏକ ଟୁଇଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ରାଷ୍ଟ୍ରମୁଖ୍ୟ ଭବେ ସେ ଆମ ଗଣତନ୍ତ୍ରର ରକ୍ଷକ ହେବା ସହ ସମ୍ବିଧାନରେ ଥିବା ଆଦର୍ଶର ରକ୍ଷା କରିବେ ବୋଲି ଆଶା ।

 

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର