ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଶ୍ରୀନୀଳାଚଳ ସେବା ସଂଘ, ହଜଖାସ୍‌ ଜଗନ୍ନାଥ ମନ୍ଦିର ପକ୍ଷରୁ ୨୦୨୦ ଓ ୨୦୨୧ର ପଦ୍ମ ପୁରସ୍କାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପଦ୍ମ ବିଭୂଷଣରେ ସମ୍ମାନିତ ସୁଦର୍ଶନ ସାହୁ, ପଦ୍ମଶ୍ରୀ ପ୍ରାପ୍ତ ଡ. ଉଦ୍ଧବ ଚରଣ ଦାସ ଓ ଡ. ରଜତ କୁମାର କର ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ‌ଦେଇଥିଲେ। ମନ୍ଦିର ପକ୍ଷରୁ ସ୍ମୃତିଫଳକ (ମେମେଣ୍ଟୋ), ଶାଲ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସର‌ରେ ପଦ୍ମ ପୁରସ୍କାର ବିଜେତା ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ମନ୍ଦିର ପକ୍ଷରୁ ପଦ୍ମ ବିଜେତାଙ୍କ ଅବଦାନକୁ ପ୍ରଶଂସା କରାଯିବା ସହିତ ସେମାନଙ୍କ ମହତ କାର୍ଯ୍ୟ ଯୁବପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କୁହାଯାଇଥିଲା। ସମ୍ବର୍ଦ୍ଧନା କ‌ାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସଂପାଦକ ରବୀନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମ‌ାନେ ଉପସ୍ଥିତ ଥିଲେ।

ସାମିକ ବାନାର୍ଜୀଙ୍କୁ ସ୍ବର୍ଣ୍ଣଜୟନ୍ତୀ ଫେଲୋସିପ୍‌

ନୂଆଦିଲ୍ଲୀ : ଭୁବନେଶ୍ବରସ୍ଥିତ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍‌ସ’ ଫିଜିକାଲ୍‌ ସାଇନ୍ସ ବିଭାଗର ବୈଜ୍ଞାନିକ ଡ. ସାମିକ ବାନାର୍ଜୀଙ୍କୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ‘ସ୍ବର୍ଣ୍ଣ ଜୟନ୍ତୀ ଫେଲୋସିପ୍‌’ରେ ସମ୍ମାନିତ କରାଯାଇଛି। ଭାରତର ମୋଟ ୧୭ ଜଣ ବୈଜ୍ଞାନିକଙ୍କୁ ଏହି ଫେଲୋସିପ୍‌ ପ୍ରଦାନ କରାଯାଇଛି। ସମ୍ମାନିତ ବୈଜ୍ଞାନିକମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି କ୍ଷେତ୍ରରେ ଗବେଷଣା କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର