ଦିଲ୍ଲୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ପଦ୍ମଶ୍ରୀ ବିଜେତାଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବାବା ବଳିଆ, ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ବର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କ ପକ୍ଷରୁ ଅଞ୍ଜଳି ମହାପାତ୍ର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ଆଜି ଦିଲ୍ଲୀ ଓଡ଼ିଆ ସଂଗଠନ ସମୂହ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ନୀଳାଚଳ ସେବା ସଂଘ, ଓଡ଼ିଆ ମହାମଞ୍ଚ ଏବଂ ଓଡ଼ିଆ ସଙ୍ଗଠନ ସମୂହ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ଅମର ପଟନାୟକ, ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଓଡ଼ିଆ ମହାମଞ୍ଚ ତରଫରୁ କୁଳମଣି ବିଶ୍ୱାଳ, ଗୋବର୍ଦ୍ଧନ ଧଳ, ଦେବେନ୍ଦ୍ର ମାଝୀ ଓ ନରେନ୍ଦ୍ର କୁମାର ବର ଯୋଗଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ସଙ୍ଗଠନ ସମୂହ – ଓଡ଼ିଆ ସମାଜ ତରଫରୁ ସନ୍ଦୀପ ମହାପାତ୍ର, ପ୍ରବାସୀ ଓଡ଼ିଆ ବିକାଶ ସମିତି ତରଫରୁ ସୂର୍ଯ୍ୟନାରାୟଣ ମିଶ୍ର ଓ ପୂର୍ବତନ ସମ୍ପାଦକ ପ୍ରସନ୍ନ ପରିଡ଼ା, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ମୀନକେତନ ସାମଲ, ସାର୍ବଜନୀନ କଳିଙ୍ଗ ଆସୋସିଏସନର ମଦନ ଗିରି, ଆୟୁଷ୍ମାନ ଫାଉଣ୍ଡେସନ ଗୁରୁଗାଁଓ ତରଫରୁ ଶ୍ରୀମନ୍ତ ବିଶ୍ୱାଳ, ଲାସ୍ୟନ ଫାଉଣ୍ଡସନ ତରଫରୁ ସିମରନ, ଜମାନ ବିଜୟିନୀ ଫାଉଣ୍ଡେସନ ତରଫରୁ ଈଶ୍ୱର ସନୱାଲ, ରାମ ଯାଦବ, ନୀଳମାଧବ ସେବା ସମିତି ତରଫରୁ ଗଣେଶ ପ୍ରସାଦ ରାଉତ, ଲର୍ଡ଼ ଜଗନ୍ନାଥ ସୋସାଇଟି ଅଫ ଦିଲ୍ଲୀ, ଓଯେଏସଏସ ତରଫରୁ ଅମୀୟ ପ୍ରଧାନ, ରାଷ୍ଟ୍ରୀୟ ବୈଦିକ ମଞ୍ଚ ତରଫରୁ ଟ୍ରଷ୍ଟି ରଞ୍ଜନ ପରିଡା, ଆଦର୍ଶ ଉତ୍କଳ ସମାଜ ତରଫରୁ ଅଜୟ ରାଉତ, ଜଗନ୍ନାଥ ଏକତା ସମିତି, ଓଡ଼ିଆ ୱେଲ ଫେୟାର ଆସୋସିଏସନ ତରଫରୁ ବିଶ୍ୱଜିତ ନାୟକ, ପୂର୍ଣଚନ୍ଦ୍ର ପାଣି, ପତିତ ପାବନ ସେବା ସଂଘ ତରଫରୁ ତ୍ରିଲୋଚନ ଜେନା ପ୍ରମୁଖ ସମସ୍ତ ପଦ୍ମ ସମ୍ମାନଧାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର