ନୂଆଦିଲ୍ଲୀ : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆଜି ଦୁଇ ପ୍ରଖ୍ୟାତ ଗୁରୁଙ୍କୁ ବିଜେପି ଜାତୀୟ ଉପସଭାପତି ତଥା ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧିତ ଦୁଇ ଗୁରୁ ହେଲେ, ନୂଆଦିଲୀସ୍ଥିତ ସ୍ବାମୀନାରାୟଣ ଅକ୍ଷରଧାମର ପୂଜକ ତଥା ଧାର୍ମିକ ବକ୍ତା ସ୍ବାମୀ ମୁନୀବତ୍ସଳ ଓ ପ୍ରଖ୍ୟାତ ଚିତ୍ରଶିଳ୍ପୀ ରାମେଶ୍ବର ବ୍ରୁତା।
ଶ୍ରୀ ପଣ୍ଡା ଦୁଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ। ଗୁରୁ ପୂର୍ଣ୍ଣିମା ଅବସରରେ ଦୁଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରି ଆଶୀର୍ବାଦ ପ୍ରାପ୍ତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା ଏହି ଅବସରରେ କହିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦିଲ୍ଲୀ ବିଜେପି ମହାମନ୍ତ୍ରୀ କୁଲଜିତ ସିଂହ ଚହଲି ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/guru.jpg)