ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ମେଣ୍ଟ ଆଲୋଚନା ଏବେ ଭାଙ୍ଗିବାର ଦ୍ୱାରରେ ପହଞ୍ଚିଛି। ଏବେ ବିଧାନସଭା ଉଭୟ ଦଳ ଅଲଗା ଅଲଗା ଲଢିବାର ସମ୍ଭାବନା ରହିଛି ।

Advertisment

ଉଭୟ ଦଳ ମଧ୍ୟରେ ଆସନକୁ ନେଇ କୌଣସି ସହମତି ହୋଇନାହିଁ। ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୫୦ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦଳ ମଧ୍ୟରେ ଆସନକୁ ନେଇ କୌଣସି ସହମତି ହୋଇନାହିଁ। ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୫୦ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ରବିବାର ଦଳ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧ରୁ ୨ ଦିନ ମଧ୍ୟରେ କଂଗ୍ରେସ ଓ ବିଜେପିର ଅନେକ ନେତା ଆମ୍ ଆଦମୀ ପାର୍ଟିରେ ଯୋଗ ଦେବେ।

କେତେକ ରିପୋର୍ଟ ଅନୁସାରେ ଆମ୍ ଆଦମୀ ପାର୍ଟି ହରିୟାଣାରେ ୧୦ଟି ଆସନ ଦାବି କରୁଥିବା ବେଳେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୧୦ଟି ଆସନ ଦେବାକୁ ରାଜି ନୁହେଁ। ଆମ୍ ଆଦମୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ଦଳ କଂଗ୍ରେସର ଫର୍ମୁଲାକୁ ଗ୍ରହଣ କରୁନାହିଁ। ହରିୟାଣାରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଛି।