ନୂଆଦିଲ୍ଲୀ: ଦିନ ମଜୁରିଆଙ୍କୁ ମାଗଣା ଟିକେଟ ଦେଇ ଦେଶରେ ସଂକ୍ରମଣ ବଢ଼ାଇଛି କଂଗ୍ରେସ। ଆଜି ଲୋକସଭାରେ ସିଧାସଳଖ ଭାବେ କଂଗ୍ରେସକୁ ଟାର୍ଗେଟ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ କଂଗ୍ରେସ ପାଇଁ କରୋନା ମହାମାରୀର ରୂପ ନେଇଥିବା ନେଇ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସେ କହିଛନ୍ତି ଯେ, କରୋନା ଭୂତାଣୁ ହେଉଛି ଏକ ବିଶ୍ବବ୍ୟାପୀ ମହାମାରୀ। କିନ୍ତୁ କେତେକ ରାଜନୈତିକ ଦଳ ଏହାକୁ ନିଜ ଲାଭ ପାଇଁ ବ୍ୟବହାର କରିଥିଲେ। କରୋନା ମହାମାରୀ ସମୟରେ କଂଗ୍ରେସ ନିଜର ସବୁ ସୀମା ଅତିକ୍ରମ କରିଥିଲା। କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପାଇଁ ଆଜି ଭାରତର ଏଭଳି ଅବସ୍ଥା ହୋଇଛି। ପ୍ରଥମ ଲହର ସମୟରେ, ଯେତେବେଳେ ଲୋକମାନେ ଲକଡାଉନ୍ ଅନୁସରଣ କରୁଥିଲେ ଏବଂ ନିର୍ଦ୍ଦେଶନାମା ଅନୁଯାୟୀ ଲୋକମାନେ ଯେଉଁଠାରେ ଅଛନ୍ତି ସେଠାରେ ରହୁଥିଲେ, ସେତେବେଳେ କଂଗ୍ରେସ ମୁମ୍ବାଇ ଷ୍ଟେସନରେ ଠିଆ ହୋଇ ନିରୀହ ଲୋକଙ୍କୁ ଭୟଭୀତ କରୁଥିଲା। ପ୍ରଥମ ଲହର ଯେତେବେଳେ ଲୋକଙ୍କୁ କୁହାଯାଇଥିଲା ଯେ ଯେଉଁଠାରେ ଅଛ ସେଠାରେ ହିଁ ରୁହ ସେତେବେଳେ କଂଗ୍ରେସ ପ୍ରବାସୀମାନଙ୍କୁ ମୁମ୍ବାଇ ଛାଡିବାକୁ ପ୍ରବର୍ତ୍ତାଇଥିଲା। ଲୋକଙ୍କ ଆଖିରେ ମହାନ ହେବା ପାଇଁ କଂଗ୍ରେସ ମୁମ୍ବାଇରୁ ୟୁପି ଏବଂ ବିହାରକୁ ଯିବାକୁ ମାଗଣା ଟିକେଟ ମଧ୍ୟ ଯୋଗାଇଥିଲା। ଏହା ପାଇଁ ସଂକ୍ରମଣ ଧିରେ ଧିରେ ବଢ଼ିଚାଲିଲା। ଦିଲ୍ଲୀ ସରକାର ମଧ୍ୟ ବସ୍ତିକୁ ଯାଇ ପ୍ରବାସୀମାନଙ୍କୁ କୋଭିଡ ମହାମାରୀ ପାଇଁ ଘରକୁ ଯିବାକୁ ପ୍ରବର୍ତ୍ତାଇଥିଲା, ଯାହାର ଫଳ ଆମେ ଆଜି ଭୋଗୁଛେ। କିନ୍ତୁ ଭାରତ ସରକାର ସଠିକ ସମୟରେ ଟିକାକରଣ ଆରମ୍ଭ କରି ସଂକ୍ରମଣ ସହ ଲଢ଼ିବା ପାଇଁ ସକ୍ଷମ ହୋଇପାରିଛନ୍ତି।

publive-image timesofindia

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଅପେକ୍ଷା କରିଥିଲେ ଯେ ଏହି ଭୂତାଣୁ ମୋଦୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଦେବେ। ଆମେ 'ଭୋକାଲ ଫର୍ ଲୋକାଲ' ଅଭିଯାନ ଚଳାଇ ମହାତ୍ମା ଗାନ୍ଧୀଜୀଙ୍କ ସ୍ୱପ୍ନକୁ ପୂରଣ କରୁଛୁ। ତେବେ ବିରୋଧୀଦଳ ଏହାକୁ କାହିଁକି ପରିହାସ କରୁଛନ୍ତି? ଯୋଗ ଏବଂ ଫିଟ୍ ଇଣ୍ଡିଆ ବିଷୟରେ ଆମେ ଆଲୋଚନା କରିଥିଲୁ କିନ୍ତୁ ଏହାକୁ ମଧ୍ୟ ବିରୋଧୀ ଦଳ ପରିହାସ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସର ଏଭଳି କାମକୁ ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ ଯେଉଁଭଳି ବ୍ୟବହାର କରୁଛି, ୧୦୦ ବର୍ଷ ପର୍ଯ୍ୟନ୍ତ ବି ସେ କ୍ଷମତାକୁ ଆସିପାରିବେ ନାହିଁ।